ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆକ୍ସନ ମୋଡ଼ରେ ପୋଲିସ । ତେବେ ଫେରାର ମାମଲାରେ କନଷ୍ଟେବଳ ମହମ୍ମଦ ମୌସିମଙ୍କୁ ଗିରଫ କରାଯାଇଛି । ଏହାସହ ସମ୍ବଲପୁର ଜେଲୱାର୍ଡର ଶିବନାରାୟଣ ନନ୍ଦଙ୍କୁ ମଧ୍ୟ ସେହି ସମାନ ଢଙ୍ଗରେ ଗିରଫ କରାଯାଇଛି । ଉଭୟଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଏସ୍ସିବିରେ ହାଇଦର ଚିକିତ୍ସିତ ହେଉଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିଲେ କନଷ୍ଟେବଳ ମହମ୍ମଦ ମୌସିମ ।

ଏହା ପୂର୍ବରୁ ହାଇଦରକୁ ଖସାଇବାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ସାମିଲ ଥିଲେ ।ହାଇଦର ଫେରାର ହେବା ଘଟଣାରେ କିଏ କିଏ ସାମିଲ ଥିଲେ ସେନେଇ ଜୋରଦାର ଦଦନ୍ତ ଆରମ୍ଭ କରିଛି ପୋଲିସ ବିଭାଗ । ଏହି ଘଟଣାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଦୁଇ ପୋଲିସ ଅଧକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।