Odia News Portal

ହାଇଓ୍ଵା ଧକ୍କାରେ ଆମ୍ବୁଲାନ୍ସ ଚୁରମାର

ତିନି ଜଣ ଗୁରୁତର

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ କାକିରୁଗୁମା ଥାନା ନିକଟ କୁଡିପଦର ଛକ ନିକଟରେ ହାଇଓ୍ଵା ଧକାରେ ଏକ ଆମ୍ବୁଲାନ୍ସ ଚୁରମାର ହେଇଯାଇଥିବା ବେଳେ ଆମ୍ବୁଲାନ୍ସରେ ଥିବା ତିନିଜଣ ମେଡିକଲ କର୍ମଚାରି ଗୁରୁତର ଆହାତ ହୋଇଛନ୍ତି। ସେମାନେ ହେଲେ ସନ୍ତୋଷ ସେଠି, ଭଜମନ ଗରଡା ଓ ଆରତ ଟାକିରି । ସମସ୍ତ ଆହାତ ମାନଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି କରାଜାଇଥିବା ବେଳେ ସେମାନଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ କୋରାପୁଟ ଜିଲ୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଜାଇଛି । ତିନିଜଣଙ୍କ ମଧ୍ୟରୁ ଆରତ ଟାକିରିଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡିଛି॥ ଗତକାଲି ରାତିରେ ଏହି ଦୁର୍ଘଟଣା ଘିଟିଛି ।

ଖବର ନେବାରେ ଜଣା ପଡିଛିକି ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଏକ ଟିମ ଗାଁଗାଁ ବୁଲି ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ସଚେତନ କରାଇ ଆମ୍ବୁଲାନ୍ସ ନମ୍ବର ଓଡି୧୮ଏ୬୨୮୪ ଯୋଗେ ଫେରୁଥିବା ବେଳେ ସାମନାପଟୁ ଆସୁଥିବା ଏଆରଏସଏସ କମ୍ପାନିର ହାଇଓ୍ଵା ନମ୍ବର ଓଡି୦୧ଆର୍ ୪୫୬୩ ଧକା ଦେଇଥିଲା। ଫଳରେ ଆମ୍ବୁଲାନ୍ସ ଚୁରମାର ହୋଇଜାଇଥିବା ବେଳେ ଗାଡିରେ ଥିବା ୪ ଜଣଙ୍କ ମଧ୍ୟରୁ ତିନିଜଣ ଗୁରୁତର ଆହାତ ହୋଇଥିଲେ । ଏହା ଦେଖି ଚତୁର୍ଥ ଜଣ ଲକ୍ଷ୍ମୀପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ଫୋନ ଯୋଗେ ଜଣାଇବା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ରାତିରେ ଲକ୍ଷ୍ମୀପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲ। ।କାକିରିଗୁମା ଥାନା ଅଧିକାରି ଅନ୍ୟ କାମରେ ବାହାରେ ଥିବାରୁ ମାମଲା ରୁଜୁ ହୋଇଚି ନା ନାହିଁ ତାହା ଆମର ହସ୍ତଗତ ହୋଇ ପାରି ନାହିଁ ।