ଝାରସୁଗୁଡ଼ା: ଝାରସୁଗୁଡ଼ା ଲଇକେରା ଥାନା ବାଗଡିହି ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଘଟିଛି ଅଘଟଣ। ରେଳଧାରଣା ପାରି ହେଉଥିବାବେଳେ ଟ୍ରେନ୍ ଚଢିଯାଇ ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ୩ଜଣ ଟ୍ରେନରେ ଘରୁ ଯିବା ପାଇଁ ୪ନଂ ପ୍ଲାଟଫର୍ମରୁ ୧ନଂ ପ୍ଲାଟଫର୍ମକୁ ଯିବାକୁ ରେଳଧାରଣା ପାରି ହେଉଥିବା ସମୟରେ ସେଠାରେ ଅଟକି ରହିଥିବା ଏକ ମାଲବାହୀ ଟ୍ରେନ ଟ୍ରାକରେ ଚାଲିବା ଆରମ୍ଭ କରିଥିଲା।

ଫଳରେ ଟ୍ରେନ ଚଢ଼ିଯିବାରୁ ଘଟଣାସ୍ଥଳରେ ସୁଫିଆ ମହାନନ୍ଦା ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ରୋଶନ୍ ମହାନନ୍ଦ ନାମକ ଜଣେ ଯୁବକ ବି ରେଳ ଧାରଣା ପାରି ହେଉଥିବା ବେଳେ ଟ୍ରେନ୍ ଧକ୍କାରେ ଗୋଡ଼ କଟିଯାଇ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।