ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ସୁରକ୍ଷା ବଳୟରେ ରହିବ ବିଦାନସଭା ଗୃହ । ଏନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିଜିପି ଅଭୟ ମଙ୍ଗଳବାର ବିଧାନସଭା ବାହାର ଓ ଭିତରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କିରିଛନ୍ତି ।
ତେବେ ଚଳିତ ଥର ଅଧିବେଶନରେ ବ୍ୟାପକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ । କରୋନା ପାଇଁ ଏମିତି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସୁରକ୍ଷା ଦାୟିତ୍ୱରେ ଅତିର୍ିକ୍ତ ଡିସିପି, ଏସିପି, ଆଇଆଇସି ଓ ଏସଆଇଙ୍କ ସମେତ ବଛାବଛା ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।
ଏହାଛଡା ସାଧା ପୋଷାକଧାରୀ ପୋଲିସ, ରୁଫଟପ୍ ସିକ୍ୟୁରିଟି, କ୍ୟୁଆରଟି,ଷ୍ଟ୍ରାଇକିଂ ପକ୍ଷରୁ ସାନିଟାଇଜ୍ କରାଯିବ । କରୋନା ପାଇଁ ପିଏମଜିରେ ଅଧିକ ଭିଡ ପାଇଁ କଟକଣା ରହିଛି । ଯଦି କେହି ନିୟମ ନ ମାନି ଧାରଣସ୍ଥଳରେ ଆନ୍ଦୋଳନ କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।