ଆଜି ମହାଶିବରାତ୍ରି। ଏହି ଉପଲକ୍ଷେ ସାରା ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ରାଜଧାନୀର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ବର, ଗଡ଼ଗଡ଼େଶ୍ବର ପୀଠ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ପୀଠ, ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ବର ବାବାଙ୍କ ବକ୍ର ମନ୍ଦିର, ପୁରୀର ଲୋକନାଥ ମନ୍ଦିର ଓ ରାଉରକେଲାର ବେଦବ୍ୟାସ ଆଦି ଶୈବପୀଠରେ ଆଜି ଭୋର ସମୟରୁ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ସାରାଦିନ ଉପାସ ରହି ଓ ରାତି ଉଜାଗର ରହି ମହାଶିବରାତ୍ରି ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ମହାଦେବଙ୍କ ଦର୍ଶନ ଓ ଜଳଲାଗି କରିବା ପାଇଁ ସବୁ ସ୍ଥାନରେ ଥିବା ଶିବମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି।