ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଇଥାଏ । ଏହାକୁ କିଛି ସ୍ଥାନରେ ଗୋକୁଳ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ଦେବକୀ ଓ ବାସୁଦେବଙ୍କ ଅଷ୍ଟମ ସନ୍ତାନ ଭାବରେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ । ପୃଥିବୀ ପୃଷ୍ଠରୁ ପାପର ଭାରକୁ କମାଇବା ଲାଗି ଏବଂ ସାଧୁସନ୍ଥ , ମୁନି ଋଷିଙ୍କୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ଧାରଣ କରିଥିଲେ ଶ୍ରୀକୃଷ୍ଣଙ୍କ ଅବତାର । ସାରା ବିଶ୍ୱର ହିନ୍ଦୁ ସଂମ୍ପ୍ରଦାୟ ଏହାକୁ ପାଳନ କରୁଥିବା ବେଳେ ଉତର ଭାରତରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଏ । ଦ୍ୱାପରର ଆଡମ୍ବର ସହକାରେ ଏହାକୁ ବେଶ ଆକର୍ଷଣୀୟ ଢଙ୍ଗରେ ପାଳନ କରାଯାଉଥିବା ବେଳେ ମହାରାଷ୍ଟ୍ରରେ ବିଶେଷ କରି ଦହିହାଣ୍ଡି ଭଙ୍ଗାର ଆୟୋଜନ କରାଯାଇଥାଏ । ତେବେ ଆମ ଓଡିଆ ଲୋକମାନେ ଖୁବ ଧୁମଧାମର ସହ ଜନ୍ମାଷ୍ଟମୀ ପାଳନ କରନ୍ତି । ଆପଣ ମାନେ ଜାଣିଛନ୍ତି କି ଶ୍ରୀକୃଷ୍ଣ କାହିଁକି ଅନ୍ଧାର ରାତିରେ ଜନ୍ମ ଗ୍ରହଣ କରିଥିଲେ ।