ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କୋଚ ଅନୀଲ କୁମ୍ବଲେଙ୍କ ଆଜି ହେଉଛି ଜନ୍ମଦିନ । ୫୧ ବର୍ଷରେ ପାଦ ଥାପିଛନ୍ତି ଏହି କ୍ରିକେଟର । ତାଙ୍କ ସ୍ପିନ୍ ଆଗରେ କାହିଁ କେତେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି । ସେ ଟେଷ୍ଟରେ ୬୧୯ ୱିକେଟ ନେଇ ରେକର୍ଡ କରିଥିବା ବେଳେ ଦିନିକିଆରେ ୩୩୩ ୱିକେଟ ଅକ୍ତିଆର କରିଛନ୍ତି । ଶାନ୍ତ ସ୍ୱଭାବର କୁମ୍ବଲେଙ୍କ ବ୍ୟବହାର ଯେମିତି ଥିଲା ତାଙ୍କ ଖେଳ ମଧ୍ୟ ସେତିକି ରେମାଞ୍ଚକ ଥିଲା । ତାଙ୍କ ଅଧିନାୟକତ୍ୱରେ ଭାରତ ମଧ୍ୟ ଅନେକ ସିରିଜ୍ ବିଜୟୀ ହୋଇଛି ।