Odia News Portal

ଭୋଟ ଗଣତି ପାଇଁ କଠୋର ନିୟମ

ନୂଆଦିଲ୍ଲୀ : ଗତକାଲି ନିର୍ବାଚନ କମିଶନର ବିଜୟ ଶୋଭାଯାତ୍ରା ଉପରେ କଟକଣା ଉପରେ ରୋକ୍ ଲଗାଇଥିବାବେଳେ ଆଜି ପୁଣି ନିୟମ କଡ଼ାକଡି କରିଛନ୍ତି । ମେ ୨ରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଘୋଷଣା ହେବ। ଯଦି ବିଧାୟକ ପ୍ରାର୍ଥୀ ଭୋଟ୍ କାଉଣ୍ଟିଂ ସେଣ୍ଟରରେ ପ୍ରବେଶ କରିବେ ତାହେଲେ ତାଙ୍କୁ କିଛି ନିୟମ ମାନିବାକୁ ହେବ। ନହେଲେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ନିର୍ବାଚନ କମିଶନର କହିଛନ୍ତି।

ନିର୍ବାଚନ କମିଶନର କହିଛନ୍ତି, ଭୋଟିଂ ଦିନ କୋଭିଡ୍ ନିୟମ ମୁତାବିକ ଭୋଟ୍ ଗଣତି ହେବ। ଯେଉଁ ପ୍ରାର୍ଥୀ ଗଣତି କେନ୍ଦ୍ରରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ତାଙ୍କୁ କରୋନା ନେଗେଟିଭ ରିପୋର୍ଟ ନହେଲେ ଦୁଇଟି ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ହେବ। ଆଉ ଏହି ଟିକା ଭୋଟ ଗଣତି ହେବାର ୪୮ ଘଣ୍ଟା ପୂର୍ବରୁ ନିଆଯାଇଥିବା ଦରକାର।

ସେହିପରି ପ୍ରାର୍ଥୀଙ୍କର ଏଜେଣ୍ଟ ମଧ୍ୟ ଗଣତି କେନ୍ଦ୍ରରେ ବସିବେ। ତେଣୁ ଯେଉଁ ତିନି ଜଣ ବସିବେ ସେମାନଙ୍କ ନାଁ ଆଗୁଆ ଦେବାକୁ ହେବ। ଏମାନେ ମଧ୍ୟ ଆରଟିପିସିଆର ରିପୋର୍ଟ ନହେଲେ ଦୁଇଟି ଟିକା ନେଇଥିବାର ସାର୍ଟିଫିକେଟ ଦାଖଲ କରିବାକୁ ହେବ ବୋଲି ଇସି କହିଛନ୍ତି।