ବଡଗାଁ ବାନାଞ୍ଚଳ ପାମରା ଜଙ୍ଗଲ ନିକଟରେ ବୁଲୁଛି କଲରାପତରିଆ ବାଘ। ସକାଳୁ ଲୋକେ ଜଙ୍ଗଲ ଆଡକୁ ଯାଉଥିବା ବେଳେ ପାହାଡ ତଳେ ଏକ ବାଘ ଯାଉଥିବାର ଦେଖି ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କ ସହାୟତାରେ ବାଘକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବାଘ ସମ୍ପର୍କରେ ବନବିଭାଗ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ।
ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ବନବିଭାଗ ପକ୍ଷରୁ ସଚେତନ କରାଯିବା ସହ ଘଟଣା ସମ୍ପର୍କରେ ଜଣାଇବାକୁ କୁହାଯାଇଛି। ତେବେ ବର୍ତ୍ତମାନ ସେଠାରେ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯିବ ଏବଂ ବର୍ତ୍ତମାନ ସେଠାରେ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।