ଶ୍ରାବଣ ମାସରେ ଶିବ ମନ୍ଦିର ଦର୍ଶନ କରିବା ଅତ୍ୟନ୍ତ ଫଳପ୍ରଦ। ତେଣୁ ଏହି ମାସରେ ଦେଶର ମୁଖ୍ୟ ଶିବ ମନ୍ଦିରମାନଙ୍କରେ ଭକ୍ତଙ୍କ ଭିଡ ଜମେ। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ପ୍ରାଚୀନ ଏବଂ ତାହା ସହ ଜଡିତ ରହସ୍ୟ ହେତୁ ଦୁନିଆର ବିଭିନ୍ନ ସ୍ଥାନରୁ ଲୋକମାନେ ଦର୍ଶନ କରିବାକୁ ଆସନ୍ତି। ଗୁଜୁରାଟର ଭଦୋଦରାଠାରେ ଏପରି ଏକ ବିଶ୍ୱ ପ୍ରସିଦ୍ଧ ମନ୍ଦିର ରହିଛି। ଯାହା ପ୍ରତିଦିନ ଅଦୃଶ୍ୟ ହୋଇଯାଏ ଏବଂ ପୁନର୍ବାର ଦେଖାଯାଏ। ଏହି ରୋମାଞ୍ଚକର ଘଟଣା ଦେଖିବାକୁ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଏଠାକୁ ଆସନ୍ତି।
ଭଗବାନ ଶିବଙ୍କର ଏହି ପ୍ରସିଦ୍ଧ, ସ୍ତମ୍ଭେଶ୍ୱର ମହାଦେବ ମନ୍ଦିର ସମୁଦ୍ରରେ ଅବସ୍ଥିତ। କୁହାଯାଏ, ଏହି ମନ୍ଦିର ଶିବଙ୍କ ପୁଅ କାର୍ତ୍ତିକେୟ ସ୍ଥାପିତ କରିଥିଲେ। ସମୁଦ୍ର ଭିତରେ ଉପସ୍ଥିତ ଥିବା ଏହି ମନ୍ଦିର ଦିନକୁ ଦୁଇଥର ପାଣିରେ ବୁଡ଼ିଯାଏ ଏବଂ ତା’ପରେ ଦେଖାଯାଏ। ବାସ୍ତବରେ, ସମୁଦ୍ରର ଜଳ ସ୍ତର ପ୍ରତିଦିନ ଏତେ ବଢିଯାଏ ଯେ ମନ୍ଦିର ବୁଡିଯାଏ ଏବଂ ଜଳ ସ୍ତର ହ୍ରାସ ହେଲେ ମନ୍ଦିର ପୁନର୍ବାର ଦେଖାଯାଏ। ଏହି ଘଟଣା ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟାରେ ହୋଇଥାଏ। ଶିବ ମନ୍ଦିର ସମୁଦ୍ରରେ ବୁଡ଼ିଯିବା ଏବଂ ପୁନର୍ବାର ଦେଖାଯିବାର ଏହି ଘଟଣାକୁ ଶିବଙ୍କ ସମୁଦ୍ର ଅଭିଷେକ ବୋଲି କୁହାଯାଏ। ଯେତେବେଳେ ସମୁଦ୍ରର ଜଳ ସ୍ତର ବଢେ ସେହି ସମୟରେ ମନ୍ଦିରରେ ଭକ୍ତଙ୍କ ପ୍ରବେଶ କିଛି ସମୟ ପାଇଁ ବନ୍ଦ ହୋଇଯାଏ।
ସ୍କନ୍ଦ ପୁରାଣ ଏବଂ ଶିବ ପୁରାଣର ରୁଦ୍ର ସଂହିତାରେ ସ୍ତମ୍ଭେଶ୍ୱର ମନ୍ଦିର ବିଷୟରେ କୁହାଯାଇଛି, ରାକ୍ଷସ ତାଡକାସୁର କଠୋର ତପସ୍ୟା କରି ଶିବଙ୍କଠାରୁ ବରଦାନ ନେଇଥିଲା ଯେ ତାର ବଦ୍ଧ କେବଳ ଶିବଙ୍କ ପୁତ୍ର ହିଁ କରିପାରିବେ। ଏହା ପରେ, ତାଡକାସୁରର ବିପଦରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ କେବଳ ୬ ଦିନର କାର୍ତ୍ତିକେୟ ତାଡାକାସୁରକୁ ବଦ୍ଧ କରିଥିଲେ। ଏହା ପରେ ଯେଉଁ ସ୍ଥାନରେ ତାଡକାସୁରର ବତଦ୍ଧ କରାଯାଇଥିଲା ସେହି ସ୍ଥାନରେ ଏହି ଶିବ ମନ୍ଦିର ନିର୍ମାଣ କରାଯାଇଥିଲା।