ଆସୁଛି କି ତୃତୀୟ ଲହର । ପୁଣି ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଗତ କିଛି ଦିନ ହେଲା ସଂକ୍ରମଣ ଅପେକ୍ଷା ସୁସ୍ଥ ରୋଗୀଙ୍କ ସଂଖ୍ୟା କମିବା ଚିନ୍ତା ଜନକ ବିଷୟ । ସେହିପରି କେରଳ , କର୍ଣ୍ଣାଟକ ଭଳି ରାଜ୍ୟରେ ପୁଣି ସଂକ୍ରମଣ ବଢ଼ିଲାଣି । ଏହା ରାଜ୍ୟ ସରକାରଙ୍କ ପାଇଁ ଏବେ ସତର୍କ ଘଣ୍ଟି ।
ଏବେବି ସରକାର ସର୍ଭିଲେନ୍ସ ଜାରି ରଖିବା ଆବଶ୍ୟକ । ବର୍ତ୍ତମାନ ସ୍ଥିତିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନକୁ ଗୁରୁତ୍ୱ ଦିଆଯିବା ଦରକାର । ଯଦି ଜଣେ ବ୍ୟକ୍ତିଙ୍କ ଘରୁ ପଜିଟିଭ ବାହାରିଲେ ପୁରୀ ଘରକୁ ସିଲ କରାଯିବା ଆବଶ୍ୟକତା ରହିଛି । ସିନେମାହଲ ଓ ଯାତ୍ରାରେ କୋଭିଡ କଟକଣା ନ ମାନିଲେ ଆସିପାରେ ବଡ ବିପଦ ଆସିପାରେ ବୋଲି ସେ କହିଛନ୍ତି ।