ଭୁବନେଶ୍ୱର: ଗତ ଡିସେମ୍ୱର ମାସରେ ରାଜ୍ୟକୁ ଆସିଥିଲେ ୩ ଜଣ ୟୁକେ ଫେରନ୍ତା । ସେମାନଙ୍କ ନିକଟରୁ ୟୁକେ ଭେରିଏଣ୍ଟ ଭୂତାଣୁ ଚିହ୍ନଟ ହୋଇଛି । ସେମାନେ ଏବେ ସୁସ୍ଥ ହୋଇ ସାରିଛନ୍ତି । ଆଉ ସେମାନଙ୍କ ଠାରୁ କାହାକୁ ଏହି ଭୂତାଣୁ ସଂକ୍ରମିତ ହୋଇନାହିଁ । ବ୍ରିଟେନ ଭୂତାଣୁ ନେଇ ଏହିଭଳି କିଛି ସୂଚନା ଜାରି କରିଛନ୍ତି ଆଇଅଲଏସ ନିର୍ଦ୍ଦେଶକ ଅଜୟ ପରିଡା | ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ଏହି ୟୁକେ ଭେରିଏଣ୍ଟ ବା ଏନ୪୪୦କେ ଭୂତାଣୁ ସେତେ ସାଂଘାତିକ ନୁହଁ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।
ସେ କହିଛନ୍ତି ଦେଶର ୧୦ଟି ଅନୁଷ୍ଠାନ ସିକ୍ୱେନ୍ସିଂ କରୁଥିଲେ । ୪ ଟି ରାଜ୍ୟର ଆଇଏଲଏସ କରୁଥିଲେ ।ସେହିଭଳି ୩ ଜଣ ୟୁକେ ଫେରନ୍ତା ଆସିଥିଲେ । ସେମାନଙ୍କ ଠାରେ ୟୁକେ ଷ୍ଟ୍ରେନ ଦେଖାଯାଇଥିଲା । ଡିସେମ୍ବର ମାସରେ ସେମାନେ ଚିହ୍ନଟ ହୋଇଥିଲେ । ସେମାନେ ଏବେ ଆରୋଗ୍ୟ ହୋଇସାରିଛନ୍ତି ଆଉ କାହାକୁ ସଂକ୍ରମିତ କରି ନାହାନ୍ତି। ୨୨୦ଟି ସାମ୍ପୁଲ ଆଇଏଲଏସରେ ଟେଷ୍ଟ କରଯାଇଥିଲା । ଏନ୪୪୦କେ ଆସିଛି, ହେଲେ ସେତେ ମାରାତ୍ମକ ନୁହେଁ । ଏହି ୩ଟା ମଧ୍ୟ ଅଧିକ ସଂକ୍ରମକ ନୁହେଁ ।
ତେବେ ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଦେଇଥିବା ଷ୍ଟ୍ରେନର ସଂକ୍ରମଣ ହାର ଓଡିଶା ଠାରୁ ଯଥେଷ୍ଟ ଅଧିକ । ଫଳରେ ଏହି କାରଣରୁ ସେଠାରେ ପୁନଃସଂକ୍ରମଣ ବଢି ଚାଲିଛି । ମହାରାଷ୍ଟ୍ରରେ ପ୍ରତି ସପ୍ତାହରେ ପଜିଟିଭ ସଂଖ୍ୟା ୨ ଗୁଣରୁ ଅଧିକ ବଢ଼ିଯାଇଛି। ପୁନଃ ସଂକ୍ରମଣ ହାର ୧:୧ରୁ ୧:୫କୁ ବଢ଼ିଛି। ପଞ୍ଜାବରେ ୮୦ ପ୍ରତିଶତ ୟୁକେ ଭେରିଏଣ୍ଟ ଚିହ୍ନଟ ହୋଇଛି । କିନ୍ତୁ ଓଡିଶାରେ ଏହି ହାର କମ୍ ରହିବା ସହ ପରିସ୍ଥିତି ଠିକ୍ ରହିଛି । ଆଗକୁ ହୋଲି ଭଳି ପର୍ବ ରହିଥିବାରୁ , ଏହାକୁ ନେଇ ଅଧିକ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଆଇଏଲଏସ ଅଜୟ ପରିଡା । କୌଣସି ଅଂଚଳରେ ସଂକ୍ରମଣ ବଢିଲେ, ମାଇକ୍ରୋ କଂଟେନମେଂଟ ଜୋନ୍ କରି ଏହାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି ।ତେବେ ସମସ୍ତେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା, ଭ୍ୟାକସିନ ନେବାକୁ ପରାମର୍ଶ ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ।