Odia News Portal

ବଳକା ଟଙ୍କା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର: ରାଜ୍ୟକୁ ବଳକା ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ସାଂସଦ। ଏପର୍ଯ୍ୟନ୍ତ ଯେତିକି ଟଙ୍କା କେନ୍ଦ୍ରରୁ ରାଜ୍ୟକୁ ମିଳିବା ଦରକାର ତାଠାରୁ କମ ଟଙ୍କା ମିଳିଛି। ବଳକା ଥିବା ଟଙ୍କାରେ ରାଜ୍ୟର ହକ୍‌ ରହିଛି ବୋଲି ଦାବି କରିଛନ୍ତି ବିଜେଡ଼ି ସାଂସଦ। ସେଥିପାଇଁ ସେସବୁ ଟଙ୍କାକୁ ରାଜ୍ୟକୁ ଯଥାଶୀଘ୍ର ବଳକା ଟଙ୍କା ଦେବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ବିଜେଡିର ସଂସଦୀୟ ଦଳ। ଦିଲ୍ଲୀ ଯାଇ ଗୋଟିଏ ଦିନରେ ଦୁଇ ଦୁଇ ଜଣ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ। ତେବେ ବଳକା ଥିବା ଟଙ୍କାର ପୁରା ଚିଠା ବିଜେଡ଼ି ସାଂସଦ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦାବି ପତ୍ରରେ ବର୍ଣ୍ଣନା କରାଯାଇଛି ।ଆଜି ପ୍ରଥମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ସାଂସଦ ସସ୍ମିତ ପାତ୍ର, ସାଂସଦ ଅମର ପଟ୍ଟନାୟକ, ସାଂସଦ ସୁବାସ ସିଂ, ସାଂସଦ ଏନ୍‌ ଭାସ୍କର ରାଓ ପ୍ରମୁଖ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ୨୦୨୦-୨୧ ଶିକ୍ଷା ବର୍ଷରେ ବଳକା ଥିବା ଟଙ୍କାକୁ ରାଜ୍ୟକୁ ଦେବା ପାଇଁ ଦାବି କରିଛନ୍ତି ।