Odia News Portal

ପ୍ରଚାର ରେ ସାମିଲ ହୋଇ ନିଲମ୍ବିତ ହେଲେ ଶିକ୍ଷକ

ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଶିକ୍ଷକଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ପୁଇଁନ୍ତଲା ବ୍ଲକ ଲୁକାପଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତରଣୀସେନ ପ୍ରଧାନଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଥିଲା । ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।
ଶ୍ରୀ ଧରୁଆଙ୍କ ରିପୋର୍ଟ ଆଧାରରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ରାଣା ଶିକ୍ଷକ ତରଣୀସେନ ପ୍ରଧାନଙ୍କୁ ନିଲମ୍ବିତ କରି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାମୁତାବକ ଶିକ୍ଷକ ତରଣୀସେନ ପ୍ରଧାନ ଜଣେ ସରକାରୀ କର୍ମଚାରୀ ହୋଇଥିବା ସତ୍ୱେ ତାଙ୍କ ପତ୍ନୀ ବଲାଙ୍ଗିର ଜିଲ୍ଲା ପରିଷଦ ୧୭ ନମ୍ବର ଜୋନ୍ର ପ୍ରାର୍ଥୀ ଲିପିକା ପ୍ରଧାନଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିବା ଅଭିଯୋଗ ହୋଇଥିଲା ।