Odia News Portal

ପୁଣି ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର : ଭୁବନେଶ୍ୱର ମୁହାଁ ଦେଢଲକ୍ଷ ଶିକ୍ଷକ

ପୁଣି ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର । ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ଦେଢଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ । ଆଜି ଆନ୍ଦୋଳନ ଡାକରା ଦିଆଯାଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱର ଆସୁଛନ୍ତି । ତିନି ଦଫା ଦାବି ନେଇ ଏହି ଦେଢଲକ୍ଷ ପ୍ରାଥମିକ ଶିକ୍ଷକ ରାଲି ଓ ଧାରଣାକୁ ଓହ୍ଲାଇବେ । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଏଭଳି ଆନ୍ଦୋଳନ ଡାକରା ଦେଇଛି । ସଂଘ କହିଛି, ଦାବି ଗୁଡିକ ପୂରଣ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ୩ ମାସ ହେବ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ତେଣୁ ଆଜି ୧୧ଟା ୩୦ରେ ଲୋୟର ପିଏମଜିରୁ ରାଲି ବାହାରିବ । ଆଉ ଦାବି ହାସଲ ଯାଏଁ ରାଜରାସ୍ତାରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଜାରି ରହିବ । ଏଥିପାଇଁ ସମୁହ ଛୁଟି ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱର ଆସୁଥିବା ଜଣାପଡ଼ିଛି । ହେଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନକୁ ଅନୁମତି ଦେଇନାହିଁ କମିଶନରେଟ୍ ପୋଲିସ । ଲୋୟର ପିଏମଜିରେ ଧାରଣା ଦେଇପାରିବେ ନାହିଁ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଏହା ସତ୍ୱେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭୁନେଶ୍ୱର ଆସୁଥିବାରୁ ପୋଲିସ ଅଧିକାରୀଙ୍କ ଚିନ୍ତା ବଢିଛି ।