Odia News Portal

ଟାଟା ପକ୍ଷରୁ ଉତ୍କଳ ହସ୍ପିଟାଲକୁ ଭେଣ୍ଟିଲେଟର ସହାୟତା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ ହସପିଟାଲକୁ ଟାଟା ଗ୍ରୁପ ଏବଂ ଟାଟା କନସଲଟାନସି ସର୍ଭିସ (TCS) ପକ୍ଷରୁ ବିଭିନ୍ନ ମେଡିକାଲ ଉପକରଣ ସହାୟତା ପ୍ରଦାନ କରାଯାଉଛି । ସାମାଜିକ ଦାୟିତ୍ବ ସ୍ବରୂପ ଟାଟା ପକ୍ଷରୁ ଏହା ବିଭିନ୍ନ ସମୟରେ କରାଯାଉଥିବା ବେଳେ ଏହି ଅବସରରେ ଉତ୍କଳ ହସପିଟାଲକୁ 4ଟି ପିବି-560 ଭେଣ୍ଟିଲେଟର ପ୍ରଦାନ କରାଯାଉଛି ।

ଟାଟା ପକ୍ଷରୁ କୁହାଯାଇଛି ଏଭଳି ଅସମୟରେ ସାମାନ୍ୟ ସହଯୋଗ ନିଶ୍ଚୟ ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ କାର୍ଯ୍ୟରେ ଉପଯୋଗୀ ହୋଇପାରିବ । ଉତ୍କଳ ହସପିଟାଲର ସିଏଫଓ ଅରୁଣ ଖିଲାର ଏବଂ ତାଙ୍କ ଟିମ ଏସବୁ ଗ୍ରହଣ କରି କୋଭିଡ -19 ମହାମାରୀ ସମୟରେ ଏହି ଭେଣ୍ଟିଲେଟରର ଗୁରୁତ୍ବ ଥିବା କହିବା ସହ ଟିସିଏସର ପ୍ରତିନିଧି କାଳି ପ୍ରସାଦ ତ୍ରିପାଠୀ ଏଚଆର ମୁଖ୍ୟ ଏବଂ ବିମଳ କୁମାର ରାଉଳ ଙ୍କଠାରୁ ଗ୍ରହଣ କରିଛନ୍ତି ।

ଏଭଳି ବିପଦ ସମୟରେ ଟିସିଏସ ପକ୍ଷରୁ ଛୋଟ ଛୋଟ ସାହାଯ୍ୟ ମଧ୍ୟ ରୋଗୀଙ୍କ ଉପକାରରେ ଲାଗିବା ସହ ସାମାଜିକ ଦାୟିତ୍ବ ନିର୍ବାହ କରିବାରେ ସହାୟକ ହୋଇପାରିବ ବୋଲି ସରିତା ମିଶ୍ର , ଟିସିଏସ ଭୁବନେଶ୍ବର ଶାଖାର ମୁଖ୍ୟ କହିଛନ୍ତି । ଆଗାମୀ ଦିନରେ ଏଭଳି ସହାୟତା ଅନ୍ୟ ହସପିଟାଲକୁ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।