ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଲାଗି ଘୋଷଣା ହେଲାଭାରତୀୟ ଦଳ । ଦଳରେ ବହୁ ଯୁବ ଓ ଅଭିଜ୍ଞ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଚୟନ ସମିତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଳର ମାର୍ଗଦର୍ଶକ (ମେଣ୍ଟର) ଭାବେ ନିଯୁକ୍ତ କରିଛି। ‘‘ଧୋନିଙ୍କୁ ମାର୍ଗଦର୍ଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ଅନ୍ୟ ସପୋର୍ଟ ଷ୍ଟାଫ୍ଙ୍କ ସହ କାମ କରିବେ। ନିଜର ଅଭିଜ୍ଞତା ଖେଳାଳିଙ୍କ ସହ ବାଣ୍ଟିବେ ଏବଂ ପ୍ରଶିକ୍ଷକ ମଣ୍ଡଳିକୁ ସହଯୋଗ କରିବେ’’ ବୋଲି ଦଳ ଘୋଷଣା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ କହିଛନ୍ତି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ୍ ରାହୁଲ, ସୂର୍ୟ୍ୟକୁମାର ଯାଦବ, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ଈଶାନ କିଶନ (ୱିକେଟ୍ରକ୍ଷକ), ହାର୍ଦିକ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତୀ, ଯଶ୍ପ୍ରୀତ୍ ବୁମ୍ରା, ଭୁବନେଶ୍ବର କୁମାର, ମହମ୍ମଦ ସାମି। ଷ୍ଟାଣ୍ଡ ବାଇ: ଶ୍ରେୟସ ଆୟର, ଶାର୍ଦୁଳ ଠାକୁର, ଦୀପକ ଚହର।