Odia News Portal

ସୁଶାନ୍ତଙ୍କ ଫିଲ୍ମ ଛିଛୋରେ କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ

୬୭ତମ ରାଷ୍ଟ୍ରୀୟ ଫିଲ୍ମ ଆଓ୍ଵାର୍ଡର ଘୋଷଣା ପୂର୍ବରୁ ହୋଇସାରିଥିଲେ ସୁଦ୍ଧା ଆଜି ବିଜେତାଙ୍କୁ ନ୍ୟାସନାଲ ଆଓ୍ଵାର୍ଡ ଦିଆଯାଇଛି। ଆଜି ବିଜ୍ଞାନ ଭବନରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’ କୁ ଶ୍ରେଷ୍ଠ ଫିଲ୍ମ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ମନୋଜ ବାଜପେୟୀଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ କଙ୍ଗନା ରଣାଓ୍ଵତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି।

ସୂଚନାଯୋଗ୍ୟ, କଙ୍ଗନା ୪ର୍ଥ ଥର ପାଇଁ ନ୍ୟାସନାଲ ଆଓ୍ଵାର୍ଡ ମିଳିଛି। ମନୋଜ ବାଜପେୟୀଙ୍କ ସହିତ ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ମିଳିଛି। କଙ୍ଗନାଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ ପାଇଁ ଏହି ଆଓ୍ଵାର୍ଡ ମିଳିଛି। ଅକ୍ଷୟ କୁମାରଙ୍କ ଫିଲ୍ମ ‘କେସରୀ’ ର ଗୀତ ‘ତେରୀ ମିଟି ମେଁ ମିଲଜାଓ୍ଵା’ ପାଇଁ ବି ପ୍ରାକଙ୍କୁ ଶ୍ରେଷ୍ଠ ଗାୟକ ଆଓ୍ଵାର୍ଡ ମିଳିଛି। ଏହାମଧ୍ୟରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ରଜନୀକାନ୍ତ ନିଜେ ଟ୍ଵିଟ କରି ଜଣାଇବା ସହିତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସିକ୍କିମକୁ ଫିଲ୍ମ ପାଇଁ ଶ୍ରେଷ୍ଠ ଅନୁକୂଳ ରାଜ୍ୟ, ମକ୍କର ଅରାବିକ୍କଦାଲିନ୍ତ ସିଂହକଙ୍କୁ ଶ୍ରେଷ୍ଠ ଫିଚର ଫିଲ୍ମ, ଫିଲ୍ମ ‘ମହର୍ଷି’କୁ ସର୍ବଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ଏବଂ ଆନନ୍ଦୀ ଗୋପାଳଙ୍କୁ ସାମାଜିକଭିତ୍ତିକ ସର୍ବଶ୍ରେଷ୍ଠ ଫିଲ୍ମ ପାଇଁ ପୁରସ୍କୃତ କରାଯାଇଛି।