Odia News Portal

‘ମୋତେ ୮୦ ଛୁଇଁଲାଣି, ଏଥର ମୋ’ ସାନ ପୁଅ ଲଢ଼ିବ ନିର୍ବାଚନ

 ମୁଁ ନୁହେଁ, ମୋ ସାନ ପୁଅ ନିର୍ବାଚନ ଲଢ଼ିବ । ମୋତେ ୮୦ ଛୁଇଁଲାଣି, ତେଣୁ ୨୦୨୪ ନିର୍ବାଚନରେ ଆଉ ମୁଁ ଲଢ଼ି ପାରିବିନି । ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ ।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ।

ଦୀର୍ଘ ଦିନ ହେବ ସୁର ରାଉତରାୟ ରାଜନୀତି ଛାଡ଼ିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ସେଥିରେ ମୋହର ମାରିଛନ୍ତି ଖୋଦ ସୁର ରାଉତରାୟ। ହେଲେ ସୁରଙ୍କ ୨ ପୁଅ ସିଦ୍ଧାର୍ଥ ରାଉତରାୟ ଓ ମନ୍ନତ ରାଉତରାୟଙ୍କ ମଧ୍ୟରୁ କିଏ ପିତାଙ୍କ ଗାଦି ସମ୍ଭାଳିବେ ତାହାକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଥିଲା। ଶେଷରେ ସାନ ପୁଅ ହିଁ ବାପାଙ୍କ ଗାଦି ସମ୍ଭାଳିବା ସହ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି।