Odia News Portal

ଅକ୍ସିଜେନ ବିତରଣ ପାଇଁ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋରୋନାର ଦ୍ୱିତୀୟ ଲହର ସାରାଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିବା ସମୟରେ ରୋଗୀଙ୍କୁ ଅକ୍ସିଜେନ ସମସ୍ୟା ଦୂର କରିବା ପାଇଁ ସୁପ୍ରିମକୋର୍ଟ ନେଇଛନ୍ତି ବଡ଼ ଫଇସଲା। କେନ୍ଦ୍ର ସରକାର ସବୁ ରାଜ୍ୟକୁ ଠିକ୍ ଭାବେ ଅକ୍ସିଜେନ ଯୋଗାଇ ପାରୁ ନାହାନ୍ତି । ଅକ୍ସିଜେନ ବିତରଣ ସୁବିଧା ପାଇଁ ସୁପ୍ରିମକୋର୍ଟ ୧୨ ସଦସ୍ୟ ବିଶିଷ୍ଟ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି । କୋଲକାତାରେ ଥିବା ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଭବାଟୋଶ ବିଶ୍ରା, ଡଃ. ଦେଭେନ୍ଦ୍ର ସିଂ ରାଣା, ଡା. ଦେବୀ ପ୍ରସାଦ ରେଡ୍ଡୀ, ଡକ୍ଟର ଗଗନଦୀପ କାଙ୍ଗ,ଡାକ୍ତର ଜେଭି ପିଟର, ଡା. ନରେଶ ତ୍ରେହନ, ଡକ୍ଟର ରାହୁଲ ପଣ୍ଡିତ, ଡକ୍ଟର ସୋମିତ୍ର ରାୱତ୯. ଦିଲ୍ଲୀର ଶିବ କୁମାର ସରିନ୍, ଡକ୍ଟର ଜରିର ଏଫ୍ ଉଦୱାଡିଆ,ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର, ଜାତୀୟ ଟାସ୍କ ଫୋର୍ସର ସଂଯୋଜକ ମଧ୍ୟ ଏହାର ସଦସ୍ୟ ହେବେ, ଯିଏ କେନ୍ଦ୍ର ସରକାରରେ କ୍ୟାବିନେଟ ସଚିବ ସ୍ତରର ଅଧିକାରୀ ଥିବେ।

ଅକ୍ସିଜେନ ବିତରଣ ଦାୟିତ୍ୱ ନେବ ଏହି ଟାସ୍କଫୋର୍ସ । ଏହି ଟାସ୍କଫୋର୍ସ ଅମ୍ଲଜାନ ବିତରଣ ଲାଗି ଦରକାର ପଡୁଥିବା ମାନବ ସମ୍ବଳ କେନ୍ଦ୍ର ସରକାରଙ୍କଠାରୁ ନେବ । ଏଥିପାଇଁ ସମସ୍ତ ସ୍ୱାଧୀନତା ଦିଆଯାଇଛି । ମହାମାରୀ ବେଳେ ଜାତୀୟ ସ୍ତରରେ ଜନସ୍ୱାସ୍ଥ୍ୟ ସେବା ସହଜ କରିବା ଉଦ୍ଦେଶ୍ୟରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି । ଅଧିକାରୀ