ନୂଆଦିଲ୍ଲୀ() ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ମାମଲାର ତତ୍ତ୍ୱାବଧାନ ସମ୍ପର୍କରେ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏଥିସହ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ହେଉଥିବା ସିବିଆଇ ତଦନ୍ତକୁ ତତ୍ତ୍ୱାବଧାନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସିବିଆଇ ତଦନ୍ତର ଅଗ୍ରଗତିକୁ ଆହ୍ଲାବାଦ ହାଇକୋର୍ଟ ତଦାରଖ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରକାଶ ଯେ, ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ହାଥରାସ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ସିବିଆଇ ତଦନ୍ତ କରାଯାଉଛି । ତେବେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯିବା ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।