ସୁପର ମାର୍କେଟ ଓ କୋଚିଂ ସେଣ୍ଟର ସିଲ୍
କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଏମ୍ସି ଏନଫୋର୍ସମେଣ୍ଟ ଓ ମଙ୍ଗଳବାଗ ପୋଲିସର ମିଳିତ ଚଢାଉ
କଟକ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କୋଭିଡ଼ କଟକଣାକୁ କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ତେବେ ଏସବୁ ଭିତରେ କୋଭିଡ଼ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ କଟକରେ ସୁପର ମାର୍କେଟକୁ ସିଲ୍ କରିଛି ପ୍ରଶାସନ । ରାଣୀହାଟ ହିନ୍ଦ୍ ସିନେମା ହଲ୍ ସୁପର ସେଲ୍ ସେଣ୍ଟରକୁ ସିଲ୍ କରାଯାଇଛି ।ଏଥି ସହିତ କଟକ ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟରକୁ ସିଲ କରଯାଇଛି | କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ ସିଏମ୍ସି ଏନଫୋର୍ସମେଣ୍ଟ, ସିଡିଇଏଫ ଟିମ୍-୧ ଓ ମଙ୍ଗଳବାଗ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା ।
ସୂଚନା ଅନୁଯାୟୀ, କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଥମେ କଟକର ସୁପର ମାର୍କେଟକୁ ସିଲ୍ କରାଯାଇଥିଲା | ଏହାପରେ ସେହି ସମାନ ଅଭିଯୋଗ ଆଧାରରେ କଟକ ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟରକୁ ମଧ୍ୟ ସିଲ୍ କରାଯାଇଛି |କୋଭିଡ୍ ଗାଇଡ୍ଲାଇନ୍କୁ ବେଖାତିର କରି କୋଚିଂ ସେଣ୍ଟର ଚାଲିଥିବା ଅଭିଯୋଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ସିଏମସି । କୋଚିଂ ସେଣ୍ଟରକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସିଲ କରାଯାଇଥିବା ସୂଚନା ମିଳିଛି ।