Odia News Portal

ତପସ୍ୱିନୀ ସୁମିତି ବିବାଦ ମାମଲା:ଭରଣ ପୋଷଣ ପାଇଁ ନିର୍ଦ୍ଦେଶ

ବହୁଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାଦ ମାମଲାରେ ଆଜି ଆସିଛି କୋର୍ଟଙ୍କ ରାୟ । ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦ ଟଙ୍କା ପ୍ରଦାନ ସଂପର୍କିତ ତଳକୋର୍ଟଙ୍କ ରାୟ ହାଇକୋର୍ଟରେ କାଏମ ରହିଛି । ପ୍ରତିମା ୧୦ ତାରିଖ ସୁଦ୍ଧା ଭରଣପୋଷଣ ଦେବା ପାଇଁ ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବରୁ ମାସିକ ୧୭ ହଜାର ଟଙ୍କା ଦେବାକୁ ରାୟ ଦେଇଥିଲେ ଜିଲ୍ଲା କୋର୍ଟ । ଏହା ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୁମିତ୍ । ମାମଲାର ବିଚାର କରି ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।