ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଗଞ୍ଜାମ ଜିଲା ଜଜ କୋର୍ଟ ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ବି ମଙ୍ଗଳବାର ରାତିରେ ତପସ୍ୱିନୀ ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି । ସୁମିତଙ୍କ ପରିବାର ପକ୍ଷରୁ ତାଙ୍କୁ ରହିବାକୁ ଯେଉଁ ଘର ଦିଆ ଯାଇଥିଲା, ତାହା ଜଣେ ମହିଳା ପାଇଁ ରହିବାକୁ ଠିକ୍ ନଥିଲା ବୋଲି ତପସ୍ୱିନୀ ଅଭିଯୋଗ କରିଛନ୍ତି।