ପାରିବାରିକ କଳହକୁ କେନ୍ଦ୍ରକରି କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମା’ ଏବଂ ଛୁଆ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ପ୍ରଧାନସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଉଭୟ ମା’ ଏବଂ ଛୁଆକୁ ପ୍ରଥମେ ଟାଙ୍ଗୀ ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଟାଙ୍ଗୀ ଗାଁ ପ୍ରଧାନସାହିର ରହୁଥିବା ସ୍ବାମୀ ମାନସ ଦାସ ଏବଂ ତାଙ୍କ ପତ୍ନୀ ତପସ୍ବିନୀଙ୍କ ମଧ୍ୟରେ କିଛିଦିନ ହେଲା ପାରିବାରିକ କଳହ ଲାଗିରହିଥିଲା । ଫଳରେ ଗତ ମାସକର ଶିଶୁ କନ୍ୟାକୁ ନେଇ ବାପ ଘର ଟାଙ୍ଗୀ ବଳରାମପୁର ସାହିରେ ରହୁଥିଲେ । ତେବେ ପତ୍ନୀଙ୍କୁ ମନାଇବା ପାଇଁ ମାନସ ଚେଷ୍ଟା କରିବା ବେଳେ ଉତକ୍ଷିପ୍ତ ହୋଇ ମାସକର ଶିଶୁ କନ୍ୟାକୁ ଧରି କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତପସ୍ୱନୀ । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ଝିଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଉଭୟଙ୍କର ଅବସ୍ଥା ଗୁରୁତର ଥିବା ଯୋଗୁଁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।