ଭଦ୍ରକ: ବ୍ଲକ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଗ୍ରାମ ରୋଜଗାର ସେବକ |ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ । ସୂଚନା ଅନୁସାରେ, ଗୁଆଗଡିଆ ପଞ୍ଚାୟତର କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ଉତ୍କଳ ମଳିକ ଦୀର୍ଘ ୧୦ ମାସ ଧରି ଦରମା ପାଇନାହାନ୍ତି । ତେବେ ବାରମ୍ବାର ଅଭିଯୋଗ ପରେ ତାଙ୍କୁ ଦରମା ମିଳିଥିଲା ସତ କିନ୍ତୁ ଦୀର୍ଘ ୧୦ ମାସ ଦରମା ବଦଳରେ ମିଳିଛି ଦୁଇ ମାସର ଦରମା ।

ଏହି ବଷୟରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଜଣାଇବା ସତ୍ୱେ ମଧ୍ୟ ତାଙ୍କୁ କୌଣସି ସାହାଯ୍ୟ ନମିଳିବା ଫଳରେ ଆଜି ବ୍ଲକ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଉତ୍କଳ । ସେ ବ୍ଳକ ପରିସରରେ ନିଜ ଦେହରେ କିରୋସିନ ଢାଳି ହେବା ସମୟରେ ବ୍ଳକ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ପହଁଚି ଉତ୍କଳଙ୍କୁ ବୁଝାସୁଝା କରି ଥାନାକୁ ନେଇ ଯାଇଛନ୍ତି ।