Odia News Portal

ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ

ପରୀକ୍ଷା କେନ୍ଦ୍ରରେ ଜଣେ ମାଟ୍ରିକ ଛାତ୍ରଙ୍କ ମୃତ୍ୟୁ ଘଟିଛି ।ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କୋରାପୁଟର ଦାମନଯୋଡି ପରୀକ୍ଷା କେନ୍ଦ୍ରରେ ଏହି ଘଟଣାଟି ଘଟିଛି ।
ସୂଚନାନୁସାରେ ଛାତ୍ରଟି ପରୀକ୍ଷା କେନ୍ଦ୍ରରେ ପହଂଚିବା କ୍ଷଣେ ଅଚେତ ହୋଇଯାଇଥିଲେ । ମୃତ ଛାତ୍ର ପୂର୍ବରୁ କିଛି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି ।