ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ନୂଆ ଗାଇଡଲାଇନ୍ । ଜୁଲାଇ ମାସର ଗାଇଡ ଲାଇନରେ ସ୍ପା, ବିଉଟି ପାର୍ଲର ଖୋଲିବାକୁ ଅନୁମତି ମିଳିନାହିଁ । ଯେଉଁ କାରଣରୁ ଆଜି ଭୁବନେଶ୍ୱର ସ୍ପା, ବିଉଟି ପାର୍ଲର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ଆଗାମୀଦିନରେ ଆମକୁ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି । ରାଜ୍ୟରେ ଛୋଟ ଛୋଟ ସେଲୁନ ମାନଙ୍କୁ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଆମକୁ କାହିଁକି ଅନୁମତି ଦିଆଯାଇନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି । ଜୟଦେବ ଭବନ ନିକଟରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ସଂଘର କର୍ମକର୍ତ୍ତା ।
ଦୁଇ ମାସ ହେଲା ବନ୍ଦ ଯୋଗୁ ସ୍ପା ଓ ବିଉଟିପାର୍ଲରରେ କାମ କରୁଥିବା କର୍ମଚାରୀମାନେ ବହୁତ ହଇରାଣ ହେଉଛନ୍ତି । ସରକାର କିଛି ସର୍ତ୍ତ ରଖି ଖୋଲିବା ପାଇଁ ଅନୁମତି ଦିଅନ୍ତୁ । ଯେଉଁମାନେ ଟିକା ନେଇଛନ୍ତି ସେହିମାନଙ୍କୁ ଆମେ ସେବା ଯୋଗାଇବୁ । ତେଣୁ ସରକାର ଆମକୁ ଅନୁମତି ଦିଅନ୍ତୁ ବୋଲି ଦାବି କରିଛି ସଂଘ । ଗତକାଲି ଜୁଲାଇ ମାସର ଗାଇଡ ଲାଇନ ଆସିଥିବା ବେଳେ ସ୍ପା ଓ ବିଉଟିପାର୍ଲର ଖୋଲିବାକୁ ଅନୁମତି ମିଳିନାହିଁ ।