Odia News Portal

କଳାବଜାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୫ା୫: ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଅ ।ଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି । ଏଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ଜିଲ୍ଲା ଯୋଗାଣ ଅଧିକାରୀମାନେ ଓ ଅନ୍ୟ କ୍ଷେତ୍ର ଅଧିକାରୀମାନେ ନିଜେ ଜିଲ୍ଲାରେ ବୁଲିବା ସହ ବେଅ ।ଇନ୍ ମହଜୁଦକାରୀ ଓ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଦେ୍ର୍ଦଶ ଦେଇଛନ୍ତି ।

ସଂପ୍ରତି ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ବର୍ତମାନ ରାଜ୍ୟରେ ·ଉଳ, ଡାଲି ଓ ଗହମଜାତୀୟ ଦ୍ରବ୍ୟ ଯଥା- ଅଟା, ମଇଦା, ସୁଜି ଏବଂ ଖାଇବା ତେଲ, ଅ ।ଳୁ, ପିଅ ।ଜ, ଚିନି ଇତ୍ୟାଦି ଖାଉଟି ସାମଗ୍ରୀ ·ହିଦାଠାରୁ ଅଧିକ ରହିଛି । କୋଭିଡ୍-୧୯ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ ପରିବା, କ୍ଷୀର ଓ ମାଛମାଂସ ଦୋକାନ ସକାଳ ୬ ଘଟିକାରୁ ଅପରାହ୍ଣ ୧୨ ଘଟିକା ଯାଏ ସୋମବାରଠାରୁ ଶୁକ୍ରବାର ପଯର୍ୟନ୍ତ ଖୋଲା ରହୁଛି । ଏଥି ସହିତ ଲକଡାଉନ ସମୟରେ ଅତ୍ୟାବ୍ୟଶକୀୟ ସାମଗ୍ରୀର ଅ ।ମଦାନୀ ଓ ପରିହବନରେ କୌଣସି କଟକଣା ନାହିଁ । ତେଣୁ ଜନସାଧାରଣ କେବଳ ନିଜର ଅ ।ବଶ୍ୟକତା ଅନୁଯାୟୀ ଖାଉଟି ସାମଗ୍ରୀ କିଣିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଭୟଭୀତ ହୋଇ ଅଯଥାରେ ଅଧିକ ପରିମାଣରେ ସାମଗ୍ରୀ କିଣି ମହଜୁଦ ରଖନ୍ତୁ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ଏହିସବୁ ସାମଗ୍ରୀର ·ହିଦା ଅନୁଯାୟୀ ଅ ।ମଦାନୀ କରୁଛନ୍ତି । ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗର କର୍ମ·ରୀମାନେ ଏହାର ତଦାରଖ କରି ଦୈନନ୍ଦିନ ରିପୋର୍ଟ ସରକାରଙ୍କୁ ଦେବା ପାଇଁ ନିଦେ୍ର୍ଦଶ ଦିଅ ।ଯାଇଛି । ତେଣୁ ଜନସାଧାରଣ କୌଣସି ଗୁଜବରେ ବିଶ୍ୱାସ ନକରି ନିଜର ଅ ।ବଶ୍ୟକତା ଅନୁଯାୟୀ ସାମଗ୍ରୀ କିଣାକିଣି କରିବା ସହିତ କଳାବଜାରୀଙ୍କୁ ରୋକିବା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।