Odia News Portal

୧୨ ରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା

ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ଏଥିପାଇଁ SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ନାମଲେଖା ପରେ UGC ଗାଇଡଲାଇନ୍‌ ମୁତାବକ ପାଠପଢା ଆରମ୍ଭ ହେବ। ଏପଟେ ଯୁକ୍ତ ୨ କଲେଜରେ ବଢିଲା ୫୪ ହଜାର ୯ଶହ ସିଟ୍‌। ରାଜ୍ୟର ମୋଟ ୮ଶହ ଜୁନିୟର କଲେଜରେ ଆସନ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିଟ୍‌ ବୃଦ୍ଧି କରିଛନ୍ତି ସରକାର ।