Odia News Portal

ଶ୍ରୀମନ୍ଦିରରେ ଅଘଟଣ, ମହାପ୍ରଭୁଙ୍କର ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ଆଜି ଏକ ଅଘଟଣ ଘଟିଛି । ଦୁଇ ଜେଟିପିଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଖବର ମିଳିଛି । ଶ୍ରୀମନ୍ଦିର ଭିତରେ ରକ୍ତର ଛିଟା ପଡିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି । ଏହି ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହି ଘଟଣାର ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।

ଆଜି ଜଣେ ଜେଟିପିଙ୍କ କାଠଫାଳିଆ ଆକ୍ରମଣରେ ଜଣେ ଜେଟିପି ଗୁରୁତର। ମୁଣ୍ଡରେ ଲାଗିଛି ଗଭୀର ଆଘାତ। ଭିତରକାଠ ନିକଟରେ ଡ୍ୟୁଟି କରୁଥିବା ସମୟରେ ଘଟିଛି ଘଟଣା। ସାମାନ୍ୟ ବଚସାରୁ ଖଣ୍ଡଯୁଦ୍ଧ ହୋଇଥିଲା ।ଜଣେ ଉତକ୍ଷିପ୍ତ ହୋଇ ସେଠାରେ ପଡିଥିବା କାଠଫାଳିଆରେ ଅନ୍ୟ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଆହତ ଜେଟିପି ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଥିବା ଜଣାପଡ଼ିଛି। ଭିତରକାଠ ନିକଟରେ ରକ୍ତର ଛିଟା ପଡିଥିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି । ଦିନ ୧ଟା ୫୦ମିନିଟରେ ଘଟଣା ଘଟିଥିଲା।

ଆହତ ଜେଟିପି ମନୋଜ ପାଣିଗ୍ରାହୀ ବୋଲି ଜଣାପଡିଛି। ତେବେ ଏପର୍ଯ୍ୟନ୍ତ ସିଂହଦ୍ଵାର ଥାନାରେ ଏନେଇ କେହି ଏତଲା ଦେଇନାହାନ୍ତି। ସେପଟେ ଆକ୍ରମଣ କରିଥିବା ଗଙ୍ଗା ପ୍ରଧାନ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ତେବେ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ଭିତରକାଠ ନିକଟରେ ଅର୍ଥାତ ମହାପ୍ରଭୁଙ୍କ ସମ୍ମୁଖରେ ଦୁଇଜଣ ଜେଟିପି କିଭଳି ରକ୍ତାକ୍ତ ସଂଘର୍ଷ ଘଟିଲା ତାହା ସମସ୍ତଙ୍କୁ ବିବ୍ରତ କରିଛି ।