ଭାରତର ଦକ୍ଷିଣୀ ପଡୋଶୀ ଦେଶ ଶ୍ରୀଲଙ୍କା ସ୍ୱାଧୀନତା ଲାଭ ପରେ ହୁଏତ ପ୍ରଥମ ଥର ପାଇଁ ଖୁବ ଗମ୍ଭୀର ଆର୍ଥିକ ସଙ୍କଟ ସ୍ଥିତି ଦେଇ ଗତି କରୁଛି । ଏଠାରେ ମହଙ୍ଗା ଦର ପ୍ରାୟ ୧୭
ପ୍ରତିଶତ ପାର କରିଛି । ଏମିତିକି ଗୋଟେ କପ ଚା ଦର ୧୦୦ ଟଙ୍କାରେ ପହଂଚିଲାଣି । ପରିସ୍ଥିତି ଏମିତିଯେ ଗୋଟିଏ ପ୍ୟାକେଟ ବ୍ରେଡ ପାଇଁ ଶ୍ରୀଲଙ୍କା ମୁଦ୍ରା ଅନୁସାରେ ୧୫୦
ଟଙ୍କା ଦେବାକୁ ପଡୁଛି ସେଠିକା ଅଧିବାସୀଙ୍କୁ । ଶ୍ରୀଲଙ୍କାରେ ଏପରି ସ୍ଥିତି ହେବା ପଛର ଅନ୍ୟତମ ପ୍ରମୁଖ କାରଣ ହେଉଛି ଡ଼ଲାର ତୁଳନାରେ ଶ୍ରୀଲଙ୍କା ମୁଦ୍ରା ହ୍ରାସ ପାଇବା । ମାର୍ଚ୍ଚ ମାସରେ ହିଁ ଡ଼ଲାର ତୁଳନାରେ ଶ୍ରୀଲଙ୍କା ମୁଦ୍ରାର ମୂଲ୍ୟ ୪୬ ପ୍ରତିଶତ ପର୍ଯ୍ୟନ୍ତ ଖସିଛି । ଯଦି ଆମେ ଏକ ନଜର ପକାଇବା ତେବେ ନିଶ୍ଚିତ ରୂପେ ଜାଣିପାରିବା ଶ୍ରୀଲଙ୍କା ମୁଦ୍ରାର ପରିମାଣ ଡ଼ଲାର ପିଛା ୨୦୧
ରୁ ବଢ଼ି ୨୯୫ ଛୁଇଁଛି । ଆଉ ଏହି କାରଣରୁ ହିଁ ଦେଶରେ ମହଙ୍ଗା ସ୍ଥିତି ବଢି ବଢି ଚାଲିଛି । ଆଜି ଆମେ ଆପଣଙ୍କୁ ଡ଼ଲାର ତୁଳନାରେ କୌଣସି ଦେଶର ମୁଦ୍ରା କିପରି ସ୍ଥିର ହୋଇଥାଏ କହିରଖୁଛୁ । ଆଉ ଡ଼ଲାର ତୁଳନାରେ ମୁଦ୍ରାର ପରିମାଣ କିପରି ସ୍ଥିର ହୋଇଥାଏ ସେବିଷୟରେ ବି କହିରଖୁଛୁ ।
ସାଧାରଣତଃ ଡ଼ଲାର ତୁଳନାରେ କୌଣସି ଅନ୍ୟ ଦେଶର ମୁଦ୍ରାର ମୂଲ୍ୟ ଯଦି ହ୍ରାସ ପାଏ ତେବେ ତାହାକୁ ମୁଦ୍ରାସ୍ପିତି ହ୍ରାସ ପାଇବା ବା ଦୁର୍ବଳ ହେବା ବୋଲି ଧରାଯାଏ । ଇଂରାଜୀରେ ଏହାକୁ କରେଁସି ଡେ଼ପ୍ରିସିଏସନ ବୋଲି ଧରାଯାଏ । ପ୍ରତିଟି ଦେଶ ନିକଟରେ ବିଦେଶୀ ମୁଦ୍ରାର ଏକ ଭଣ୍ଡାର ଥାଏ । ଯାହା ସାହାଯ୍ୟରେ ସେମାନେ ଅନ୍ତରାଷ୍ଟ୍ରୀୟ ସ୍ତରରେ ନେଣ ଦେଣ କରିଥାନ୍ତି । ବିଦେଶୀ ମୁଦ୍ରା ଭଣ୍ଡାର କମିବା କିମ୍ବା ବଢିବା ଉପରେ ସେହି ଦେଶର ମୁଦ୍ରାର ସ୍ଥିତି ନିର୍ଭର କରିଥାଏ । ଯଦି କେବେ ଭାରତର ମୁଦ୍ରା ଟଙ୍କା ସହିତ ଆମେରିକୀୟ ମୁଦ୍ରା ଡ଼ଲାରର ମୂଲ୍ୟ ସମାନ ରୁହେ ତେବେ ଉଭୟଙ୍କର ମୂଲ୍ୟ ବି ସ୍ଥିର ରହିଥାଏ । ଅର୍ଥ ଡ଼ଲାର ହ୍ରାସ ପାଇଲେ ଟଙ୍କା ଦୁର୍ବଳ ହୋଇଥାଏ । ଡ଼ଲାର ବଢିଲେ ଟଙ୍କା ମଜବୁତ ହୋଇଥାଏ । ଯାହାକୁ “ଫ୍ଲୋଟିଙ୍ଗ ରେଟ ସିଷ୍ଟମ” ବୋଲି କୁହାଯାଏ ।
ଡ଼ଲାର ତୁଳନାରେ ମୁଦ୍ରାର ପରିମାଣ କମ କିମ୍ବା ବେଶୀ ହେଲେ ଏହାର ପ୍ରଭାବ ଫରେକ୍ସ ମାର୍କେଟ ଉପରେ ପଡିଥାଏ । କାହିଁକି ଏହାରି ଆଧାରରେ ହିଁ ଦେଶର ଲୋକେ ବିଦେଶୀ ବଜାରରେ ନେଣଦେଣ କରିଥାନ୍ତି । ସମସ୍ତ ଦେଶର ନିଜର ଏକ ଫରେକ୍ସ ମାର୍କେଟ ଥିବା ବେଳେ ସେମାନେ କିନ୍ତୁ ସମାନ ଢଙ୍ଗରେ କାର୍ଯ୍ୟ କରିଥାନ୍ତି । ଶ୍ରୀଲଙ୍କା କିମ୍ବା ଅନ୍ୟ କୌଣସି ଦେଶ କୌଣସିବି ଆବଶ୍ୟକୀୟ ଜିନିଷ ନିଜେ କିଣିଥାନ୍ତି କିମ୍ବା ବିଦେଶରୁ ମଗାଇଥାନ୍ତି । ବିଦେଶରୁ କୌଣସି ବି ଜିନିଷ କିଣିଲେ ତାହାକୁ ଡ଼ଲାର ହିସାବରେ ଚୁକେଇବାକୁ ପଡିଥାଏ ।