ରାଜ୍ୟରେ ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାଜ୍ୟରେ ଶୀତ ଲହରି ନେଇ ଜାରି କରାଯାଇଛି ସତର୍କ ସୂଚନା । ରାଜ୍ୟରେ ଡିସେମ୍ବର ୨୩ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘର ଗୁଡିକରେ ରହଣୀ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରିବାକୁ ଚିଠିରେ ସୂଚନା ଦିଆଯାଇଛି ।
ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସୁନ୍ଦରଗଡ ଓ କଳାହାଣ୍ଡିରେ ପ୍ରବଳ ଶୀତ ଯୋଗୁଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବରଗଡ, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ସୋନପୁର, ବୌଦ୍ଧ, ଦେବଗଡ ଓ କଟକରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ସେହିପରି ଡିସେମ୍ବର ୨୪ ଯାଏଁ ୩ ଜିଲ୍ଲା ଅନୁଗୁଳ, ଝାରସୁଗୁଡା ଓ କଳାହାଣ୍ଡିରେ ପ୍ରବଳ ଶୀତ ଅନୁଭୂତ ହେବ । ତେଣୁ ଏଠାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଅନ୍ୟପକ୍ଷରେ ଶୀତ ଲହରୀକୁ ଦୃଷ୍ଟିରେ ରଖି ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ଓ ରାତିରେ ଦୁଇ ଚକିଆ ଯାନ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । ଶୀତ ଦୂର ପାଇଁ ନିଆଁ ଜାଳୁଥିଲେ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି ।