ଭୁବନେଶ୍ୱର : ପ୍ରତିବର୍ଷ ମାନଙ୍କ ଭଳି ଏଥର ମଧ୍ୟ ଅଂଶୁଘାତକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ଓଡିଶା । ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ହେବ । ଏଥିସହ ରାଜ୍ୟର ସମସ୍ତ ବିଭାଗ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁଁ ପ୍ରସ୍ତୁତ ଅଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗର ସଚିବକୁ ନେଇ ଏସମ୍ବନ୍ଧରେ ଏକ ବୈଠକ ବସିଥିଲା । ରାଜ୍ୟ ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଗ୍ରୀଷ୍ମପ୍ରବାହ ମୁକାବିଲା ସମ୍ବଦ୍ଧିତ କାର୍ଯ୍ୟପନ୍ଥା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ମାର୍ଚ୍ଚ ମାସରୁ ଜୁନ ମାସ ଭିତରେ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହୁଏ । ତେଣୁ ଏହି ସମୟରେ ରାଜ୍ୟର ବିଭିନ୍ନ ଅଂଚଳରେ ନଳକୂପ ଓ ପିଇବା ପାଣି ସମସ୍ୟାକୁ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାବାଦ ବିଜୁଳି ସମସ୍ୟା ରୋକିବାକୁ ମଧ୍ୟ ବିଭାଗମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିବା କହିଛନ୍ତି ଏସଅ ।ରସି । ତା ସହିତ ପଶୁପକ୍ଷୀମାନେ ଯେପରି ଜଳଜନିତ କଷ୍ଟ ଅନୁଭବ ନକରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅ ।ଯାଇଥିବା ସହିତ ଲୋକଙ୍କୁ ଘର ଅ ।ଗରେ ପାଣିପାତ୍ର ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।
ଅନ୍ୟପଟେ ଆଗକୁ ଖରା ବଢିବାକୁ ଥିବାରୁ ଶ୍ରମିକମାନେ ମଧ୍ୟ ଏଥିପାଇଁ ସଚେତନ ରୁହନ୍ତୁ । ଡାକ୍ତରଖାନାରେ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡ ଗଠନ କରାଯିବ । ସେଠାରେ ଏୟାରକୁଲରଠାରୁ ଅ ।ରମ୍ଭ କରି ଓଅ ।ରଏସ ଓ ଅନ୍ୟାନ୍ୟ ଜିନିଷ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦିଅ ।ଯାଇଛି ବୋଲି କହିଛନ୍ତି ଏସଅ ।ରସି ।
ରାଜ୍ୟରେ ଏବେ ଅଳ୍ପକିଛି ସ୍କୁଲ ଚାଲୁଛି । ତେଣୁ ଖରା ବଢିବା ସହିତ ଏହି ସ୍କୁଲକୁ ସକାଳୁଆ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି । ତା ସହ ଅଙ୍ଗନବାଡିକୁ ମଧ୍ୟ ସକାଳୁଅ । କରିବାକୁ କୁହାଯାଇଛି । ଏସବୁ ଭିତରେ ଜଙ୍ଗଲ ବିଭାଗକୁ ମଧ୍ୟ ନିଅ ।ଁ ଲାଗିବା ନେଇ ସତର୍କ କରାଦିଅ ।ଯାଇଛି ବୋଲି ଅ ।ଜି ଏସଅ ।ରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।