ଭୁବନେଶ୍ୱର: କଥାରେ ଅଛି ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ନାରୀଙ୍କ ହାତ ରହିଥାଏ । ଆଉ ପ୍ରେମ ମଣିଷକୁ ବରବାଦ କରିପାରେ ଆଉ ପ୍ରେମ ମଧ୍ୟ ନୂଆ ଦିଗଦର୍ଶନ ଦେଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାରଣ ଆଜି ଆମେ ଆମର ଲେଖା ମାଧ୍ୟମରେ ଆପଣଙ୍କୁ ଜଣାଇବୁ । ଆମେ ଆଜି ଜଣେ ଏଭଳି ବ୍ୟକ୍ତିତ୍ୱଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଆଜି ଜଣେ ବରିଷ୍ଟ ଅଧିକାରୀ । କିନ୍ତୁ ଏମିତି ଦିନ ଥିଲା ସେ ରେଲୱେ ଷ୍ଟେସନରେ ଭୀକାରୀଙ୍କ ସହ ଶୋଉଥିଲେ ଆଉ ଅଟୋ ଚଳାଇ ଜୀବନ ଅତିବାହିତ କରିଥିଲେ କିନ୍ତୁ ଆଜି ତାଙ୍କର ନାଁ ଶୁଣିଲେ ବଡ଼ ବଡ଼ ଅପରାଧୀଙ୍କ ନିଦ ହଜିଯାଉଛି । ତେବେ ଆସନ୍ତୁ ଜାଣିବା ସେ ବ୍ୟକ୍ତିତ୍ୱ ଜଣକ କିଏ?

ପାଠକେ, କହି ରଖୁଛୁ କି, ଆମେ ଯାହାଙ୍କ ସଂଘର୍ଷମୟ କାହାଣୀ ଆପଣଙ୍କୁ ଜଣାଉଛୁ ସେ ହେଉଛନ୍ତି ମନୋଜ ଶର୍ମା । ଯିଏକି ୨୦୦୫ ବ୍ୟାଚରେ ମହାରାଷ୍ଟ କ୍ୟାଡରର ଆଇପିଏସ ଅଫିସର । ଆଉ ଏବେ ସେ ମୁମ୍ବାଇର ପଶ୍ଚିମ ଅଞ୍ଚଳର ଅତିରିକ୍ତ କମିଶନର ଅଛନ୍ତି । ଯଦି ତାଙ୍କ ସଂଘର୍ଷମୟ କାହାଣୀ ଉପରେ ନଜର ପକାଇବା ତେବେ ସେ ମଧ୍ୟପ୍ରଦେଶର ମୋରେନା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମନୋଜ ବିଦ୍ୟାଳୟରେ ୩୩% ମାର୍କ ମଧ୍ୟ ପାଇନଥିଲେ। ସେ ଏକାଦଶ ପର୍ୟ୍ୟନ୍ତ କପି କରି ପାସ୍ କଲେ । ମନୋଜ ଦ୍ୱାଦଶରେ କପି କରିପାରିଲା ନାହିଁ ତେଣୁ ଫେଲ୍ ହୋଇଥିଲେ । ସେ ଗ୍ୱାଲିଅରରେ ଅଟୋ ମଧ୍ୟ ଚଲାଉଥିଲେ । ତାଙ୍କର ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ ତାଙ୍କ ମୁଣ୍ଡ ଉପରେ ଛାତ ମଧ୍ୟ ନଥିଲା। ତେଣୁ ତାଙ୍କୁ ଭିକାରୀମାନଙ୍କ ସହ ଶୋଇବାକୁ ପଡିଲା । କିନ୍ତୁ ଆଜି ମନୋଜ ତାଙ୍କର ପରିଶ୍ରମ ଯୋଗୁଁ ସଫଳତାର ଉଚ୍ଚତାରେ ଅଛନ୍ତି ।

ଆଜି ମନୋଜ ଶର୍ମା ଭାରତୀୟ ପୋଲିସ ସେବାର ଜଣେ ସାହସୀ ଅଧିକାରୀ। ମନୋଜ ଶର୍ମାଙ୍କ ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ ସେ ଦିଲ୍ଲୀରେ ଅଧିକାରୀଙ୍କ କୁକୁର ବୁଲିବା କାମ ନେଇଥିଲେ କିନ୍ତୁ ସେ ହାର ମାନିନଥିଲେ। ମନୋଜଙ୍କ ପାଖରେ ଟଙ୍କା ନଥିଲା, ତେଣୁ ସେ ମନ୍ଦିରରେ ଭିକାରୀମାନଙ୍କ ସହିତ ଶୋଉଥିଲେ । ସେହି ସମୟ ମଧ୍ୟରେ ମନୋଜ ଏକ ଲାଇବ୍ରେରୀଆନ କମ ପିଅନର ଚାକିରି ପାଇଲେ । ନିଜର କାମ କରିବା ସହ ଲାଇବ୍ରେରୀରେ ଥିବା ବିଭିନ୍ନ ବହି ପଢ଼ିବା ସହ ବହୁ ମହାପୁରୁଷଙ୍କ ଆତ୍ମଜୀବନୀ ପଢ଼ିବା ପରେ ନିଜକୁ ବଦଳାଇବା ଏବଂ ସଫଳତାର ଶିଖରରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ଆଉ ସେବେଠାରୁ ଆରମ୍ଭ ହୋିଥିଲା ତାଙ୍କର ସଂଘର୍ଷ ।
ଏସଡିଏମ କଲେଜରେ ପାଠ ପଢ଼ିବା ବେଳେ ସେ ଜଣେ ଝିଅଙ୍କୁ ଭଲ ପାଇ ବସିଥିଲେ । ଯାହାଙ୍କ ନାମ ଥିଲା ଶ୍ରଦ୍ଧା । ସେ ଦ୍ୱାଦଶରେ ଫେଲ ହୋଇଥିବାରୁ ଝିଅକୁ ନିଜର ଭଲ ପାିବା ବିଷୟରେ କହିପାରିନଥିଲେ । ଡରୁଥିଲେ କାଳେ ସେ ଫେଲ୍ ହୋଇଥିବା କଥା ଜାଣିବା ପରେ ତାଙ୍କ ପ୍ରେମକୁ ପ୍ରତ୍ୟାଖାନ କରିବେ । ତେବେ ବହୁ ଚେଷ୍ଟା କରିବା ପରେ ସେ ନିଜର ଭଲ ପାଇବାକୁ ପ୍ରେମିକା ସମ୍ମୁଖରେ ପ୍ରକାଶ କରିଥିଲେ । ଆଉ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ କହିଥିଲେ ତୁମେ ସମର୍ଥନ କଲେ ମୁଁ ସଫଳତାର ଶିଖରରେ ପହଞ୍ଚିପାରିବି । ଆଉ ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇପାରିବି । ଆଉ ପ୍ରେମିକା ତାଙ୍କ ସର୍ତ୍ତରେ ରାଜି ହୋଇଥିଲେ । ଆଉ ମନଦେଇ ପାଠ ପଢ଼ିବା ସହ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଭାବେ ଗଢ଼ି ତୋଳିଲେ । ଆଉ ଆଜି ସେ ଜଣେ ବରିଷ୍ଟ ଅଧିକାରୀ ଭାବେ ବେଶ ଜଣାଶୁଣା । ତେବେ ଆପଣଙ୍କୁ ଯଦି ଆମର ଲେଖାଟି ଭଲ ଲାଗିଥାଏ ଏବଂ ଏହି ମନୋଜଙ୍କ ସଂଘର୍ଷମୟ କାହାଣୀଟି ଆପଣଙ୍କ ମନକୁ ଛୁଇଁଥିବା ତେବେ ଲାଇକ କମେଣ୍ଟ କରିବାକୁ ଜମା ଭୁଲିବେନି । ଆଉ ମନୋଜଙ୍କ ସଂଘର୍ଷମୟ କାହାଣୀକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ।