ଭୁବନେଶ୍ବର: ଶୋଇଲେ ଦେହ ସୁସ୍ଥ ରହିଥାଏ । ନିଦ ପାଇଁ ଭଲ ବାତାବରଣ ହେବା ସହିତ ଶୋଇବାର ମୁଦ୍ରା ମଧ୍ୟ ଠିକ୍ ଥିବା ଦରକାର । ଠିକ୍ ମୁଦ୍ରାରେ ଶୋଇବା ଦ୍ୱାରା ଆପଣ କେତେକ ରୋଗରୁ ବଞ୍ଚିପାରିବେ । ଆପଣ ଯଦି ଭୁଲ୍ ମୁଦ୍ରାରେ ଶୋଇବେ ତା’ହେଲେ କୌଣସି ରୋଗ କିମ୍ବା ଶାରୀରିକ ସମସ୍ୟାର ଶିକାର ହେବେ । କେଉଁ ମୁଦ୍ରାରେ ଶୋଇଲେ କେମିତି ଲାଭ ମିଳିଥାଏ, ଚାଲନ୍ତୁ ଜାଣିବା ।

୧. ଭଲ ହଜମ ପାଇଁ ଆପଣ ବାମ ପଟ ମୋଡ଼ି ଶୋଇଲେ ଭଲ । ବାମ ପଟ ହୋଇ ଶୋଇଲେ ପେଟ ଜନିତ ସମସ୍ୟା ଦୂର ହୋଇଯାଏ । ପେଟ ଫୁଲିବା, ଗ୍ୟାସ, ଏସିଡିଟି ଆଦି ଦୂର ହୋଇଯାଏ । ବାମ ପଟ ହୋଇ ଶୋଇଲେ ଆମର ଲିଭର ଉପରେ କୌଣସି ଜୋର୍ ପଡେ ନାହିଁ ।
୨. ଶୋଇବା ସମୟରେ ଯଦି ପାଦ ମଝିରେ ତକିଆ ରଖିକି ଶୋଇଲେ ହଜମ କ୍ରିୟା ଭଲ ହୋଇଥାଏ ।
୩. ଯଦି ଆପଣଙ୍କର ପିଠିରେ ସବୁବେଳେ ପୀଡ଼ା ରହୁଥାଏ, ତା’ହେଲେ ଆପଣ ପିଠି ଉପରେ ବଳ ପ୍ରୟୋଗ କରି ଶୁଅନ୍ତୁ ନାହିଁ । ଯଦି ଆପଣଙ୍କୁ ଇଚ୍ଛା ହୁଏ, ତା’ହେଲେ ତକିଆ ରଖି ଶୁଅନ୍ତୁ ।

୪. ଡାକ୍ତରଙ୍କ କହିବା ଅନୁସାରେ ଗର୍ଭବତୀ ମହିଳାଙ୍କୁ ବାମ କଡ଼କୁ ହୋଇ ଶୋଇବା ଉଚିତ୍ । ଏହାଦ୍ୱାରା ପେଟ ଉପରେ ଜୋର୍ ପଡେ ନାହିଁ । ଭ୍ରୂଣ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ଏବଂ ଅନ୍ୟ ପୋଷକ ତତ୍ତ୍ୱ ପହଞ୍ଚିଥାଏ । ଏହି ସମୟରେ ମହିଳାମାନଙ୍କୁ ପିଠି କିମ୍ବା ପେଟ ଉପରେ ଜୋର୍ ଦେଇକି ଶୋଇବା ଉଚିତ୍ ନୁହେଁ ।
୫. ଜ୍ୱର ସମୟରେ ଦେହ ପୀଡ଼ା ଲାଗିଥାଏ । ଏହି ସମୟରେ ଆରାମରେ ଶୋଇବା ଦରକାର । ସବୁଠାରୁ ଆରମଦାୟକ ମୁଦ୍ରା ହେଲା ପିଠି ମୋଡ଼ି ଶୋଇବା ଉଚିତ୍ । ଯଦି ଆପଣଙ୍କ ପିଠିରେ ପୀଡ଼ା ରହୁଥାଏ ତାହା ହେଲେ ସେମିତି ଶୋଇବା ଅନୁଚିତ ।
୬.କେତେକ ଲୋକଙ୍କୁ ପେଟ ମୋଡି ଶୋଇବାକୁ ଭଲ ଲାଗିଥାଏ । ଗବେଷଣା ଅନୁସାରେ ପେଟ ମୋଡିକି ଶୋଇବା ଦ୍ୱାରା ପେଟ ଏବଂ ହୃଦୟ ଉପରେ ଅଧିକ ଜୋର୍ ପଡ଼ିଥାଏ । ଯଦି ଆପଣ କ୍ୟାନସର କିମ୍ବା ଶ୍ୱାସ ଭଳି ରୋଗରେ ପୀଡ଼ିତ, ତା’ହେଲେ ଆପଣ ପେଟ ମୋଡି ଶୋଇବା ଅନୁଚିତ ।