ପୁରୀ() ରଥଯାତ୍ରା ପାଇଁ ରାତି ୯ଟାରୁ କର୍ଫ୍ୟୁ ଜାରି। ଆଜି ରାତି ୯ଟାରୁ ପୁରୀରେ ସଟ୍ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ଏଥର ରଥ ଟାଣି ପାରିବେନି ଭକ୍ତ। କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ। ଏ ନେଇ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହେବ ନାହିଁ। ଲାଇଭ୍ ଟେଲିକାଷ୍ଟରେ ରଥଯାତ୍ରା ଦେଖିବେ ଭକ୍ତ। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ସମୀକ୍ଷା କରିଛନ୍ତି।