୧୦ ଦିନ ସଟଡାଉନ ଘୋଷଣା By swadhikarnews Last updated Jul 21, 2020 ସମ୍ବଲପୁର() ବୁଧବାର ଠାରୁ ୧୦ ଦିନ ପାଇଁ ସମ୍ବଲପୁର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି । ତେବେ ଏହି ୧୦ ଦିନିଆ ସଟଡାଉନକୁ ୨ଟି ଦଫାରେ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି । ୨୨ରୁ ୨୫ ପ୍ରଥମ ଦଫା ଏବଂ ୨୬ରୁ ୩୧ ଦ୍ୱିତୀୟ ଦଫା ସଟଡାଉନ କରାଯିବ । ପ୍ରଥମ ଦଫା ସଟଡାଉନରେ ଜିଲ୍ଲା ଭିତରେ ଗମନାଗମନକୁ ବନ୍ଦ ଘୋଷଣା କରାଯାଇଛି । ଏହାଛଡ଼ା ଦୋକାନ ବଜାର ବନ୍ଦ ରହିବ । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ । ସଟଡାଉନ ସମୟରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ସବୁ ଦୁଇ ଚକିଆ ଚଳାଚଳ କ୍ଷେତ୍ରରେ କଟକଣା ଜାରି କରାଯାଇଛି । Shutdown Share