ପୁରୀ: ଆଜି ଶ୍ରୀମନ୍ଦିରରେ ରୀତିନୀତି ପାଳନ କରୁଥିବା ସମୟରେ ଜାମ୍ବେଶ୍ୱର ମହାପାତ୍ର ନାମକ ଜଣେ ସେବାୟତଙ୍କ ଉପରେ ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ଖସି ପଡିବାରୁ ସେ ଆହତ ହୋଇଥିଲେ।

ସୂଚନା ପାଇବା ପରେ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଉକ୍ତ ସେବାୟତକୁ ତାଙ୍କ ବାସଭବନରେ ଭେଟି ପରିସ୍ଥିତିର ଆକଳନ କରିଥିଲେ।ଏବଂ ସେବାୟତଙ୍କ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଶ୍ରୀ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ସେବା ପାଇଁ ଚିକିତ୍ସା ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ |