Odia News Portal

ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଡେଇଁ ମହିଳାଙ୍କ ମୃତ୍ୟୁ

ଶ୍ରୀମନ୍ଦିର ସିଂହଦ୍ବାରରେ ଘଟିଛି ବଡ଼ ଧରଣର ଅଘଟଣ । ସିଂହଦ୍ବାର ଗୁମୁଟରୁ ଡେଇଁ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଛି । ପଡ଼ିବା ପରେ ସେ ଗୁରୁତର ହୋଇପଡ଼ିଥିଲେ । ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମହିଳାଙ୍କ ପରିଚୟ ମିଳିପାରିନାହିଁ । କେଉଁ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କଲେ ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।