Odia News Portal

ଗ୍ରାମ୍ୟ ଓ କୃଷିର ଉନ୍ନତିକୁ ପ୍ରାଥମିକତା ଦିଆଯାଉ

କୃଷି ଓଡ଼ିଶାର ଉଦଯାପନୀ ସମାରୋହ,

ଭୁବନେଶ୍ୱର : କୃଷି, ଗୋପାଳନ ଓ କୁଟୀର ଶିଳ୍ପ ହେଉଛି ଭାରତୀୟ ଅର୍ଥନୀତିର ଆଧାର । ଯାହାର ପ୍ରତୀକ ହେଉଛନ୍ତି ହଳଧର, ଗୋପାଳ ଓ ସୁଭଦ୍ରା । ଏହାର ଅଭିବୃବୃଦ୍ଧି ହେବା ଦରକାର ଏବଂ ଏ କ୍ଷେତ୍ରରେ ସରକାରଙ୍କ ଭୂମିକା ବେଶ୍ ଉତ୍ସାହପ୍ରଦ । ଗ୍ରାମ୍ୟ ଅର୍ଥନୀତିର ସୁଦୃଢ଼ୀକରଣ ଓ କୃଷିର ଉନ୍ନତି ଦେଶର ଅର୍ଥନୈତିକ ବିକାଶଧାରାରେ ପ୍ରାଥମିକତା ପାଇବା ଦରକାର । କୃଷକଙ୍କ ପ୍ରତ୍ୟେକ ଉତ୍ପାଦ ଜାତୀୟ ଉତ୍ପାଦ ଭାବରେ ଗ୍ରହଣ କରିବା ଉଚିତ । ଗ୍ରାମ୍ୟ ସ୍ୱରାଜ୍ୟର ସ୍ୱପ୍ନକୁ ସଂକଳ୍ପରେ ପରିଣତ କରି ଅ ।ଗେଇବା ଅ ।ବଶ୍ୟକ ବୋଲି ଆଜି “କୃଷି ଓଡ଼ିଶା-୨୦୨୧ଦର ଉଦଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ କୃଷକଙ୍କ ପ୍ରତ୍ୟେକ ଉତ୍ପାଦର ଜାତୀୟକରଣ ଭାବଧାରାରେ ଗ୍ରହଣ କରିବା ଅ ।ବଶ୍ୟକ । କୃଷକଙ୍କ ପାଇଁ ସହଜ ଋଣ ବ୍ୟବସ୍ଥା, ନିୟନ୍ତ୍ରଣମୁକ୍ତ ପରିବେଶ, ବଜାର ସୁବିଧା ଓ ଯୋଗାଣ ଉପରେ ଗୁରୁତ୍ୱ ଦିଅ ।ଯାଉ । ରାଜ୍ୟ ସରକାରଙ୍କ “କାଳିଆ’, “ବଳରାମ’ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ନିଅ ।ଯାଇଥିବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ସେ ଚାଷରେ ବିବିଧତା ଅ ।ଣିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ମିଶନ ଶକ୍ତି ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଜୀବନକୁ ସଶକ୍ତ କରିଛି । ଏଥିରେ ଏକ କୋଟି ମହିଳାଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏକ ସୁସ୍ଥ କ୍ରିୟାଶୀଳ ପରିବେଶ ପାଇଁ ବ୍ୟକ୍ତିର ମର୍ଯ୍ୟାଦା ଓ ସମ୍ମାନକୁ ଅଗ୍ରାଧିକାର ଦେବାକୁ ରାଜ୍ୟପାଳ ପ୍ରଫେସର ଲାଲ କହିଥିଲେ ।

ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ରାଜ୍ୟ ସମ୍ମୁଖୀନ ହେଉଥିବା ସବୁ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଚାଷୀ ତା’ର କର୍ତ୍ତବ୍ୟର ବିରତ ନହୋଇ ବର୍ଧିତ ଜନସଂଖ୍ୟାର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛି । କୋଭିଡ୍-୧୯ ସଂକ୍ରମଣ ସମୟରେ ଚାଷୀଭାଇମାନେ ଭାଙ୍ଗି ନପଡ଼ି ରେକର୍ଡ ପରିମାଣର ଶସ୍ୟ ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସମୟୋପଯୋଗୀ କୃଷି ନୀତି ଓ ଯୋଜନା ଯୋଗୁଁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେବା ସହିତ ଅନେକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛି । କୃଷିର ସାମଗ୍ରିକ ବିକାଶ ନିମନ୍ତେ ପାରମ୍ପରିକ ଚାଷ ବଦଳରେ ସମନ୍ୱିତ ଚାଷକୁ ଅ ।ପଣାଇବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ରାଜ୍ୟରେ କୃଷି ସହିତ ଅ ।ନୁଷଙ୍ଗିକ କୃଷିର ବିକାଶ ଦିଗରେ ବ୍ୟାପକ ସୁଯୋଗ ରହିଛି, ଯାହାର ସୁବିନିଯୋଗ ହେବା ଅ ।ବଶ୍ୟକ । ଫଳ ଓ ପନିପରିବା ·ଷ ସହିତ କୁକୁଡ଼ା ପାଳନ, ଗୋପାଳନ ଏବଂ ମାଛ ଚାଷ କ୍ଷେତ୍ରରେ ଉନ୍ନତି ଅ ।ଣି ରାଜ୍ୟକୁ ସବୁ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ । ଚାଷ ଜମିକୁ ଜଳସେଚନର ସୁବିଧା ଓ କୃଷି କ୍ଷେତ୍ରକୁ ପଯର୍ୟାପ୍ତ ଋଣ ପ୍ରଦାନ ନିମନ୍ତେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ କହିଲେ ଯେ ତୃଣମୂଳ ସ୍ତରରେ ଚାଷୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ନିୟମିତ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ବୈଠକ ଅ ।ୟୋଜନ କରାଯାଉଛି । ଏଥି ସହିତ “ଅ ।ମ କୃଷିଦ ଟୋଲଫ୍ରି ମୋବାଇଲ୍ ସେବା ମାଧ୍ୟମରେ କୃଷକମାନଙ୍କୁ ଅ ।ବଶ୍ୟକୀୟ ପରାମର୍ଶ ଦିଅ ।ଯାଇପାରୁଛି ଓ ଚାଷୀମାନେ ଏହାର ଅଧିକରୁ ଅଧିକ ଉପଯୋଗ କରିବା ପାଇଁ ଡ. ଗର୍ଗ ପରାମର୍ଶ ଦେଇଥିଲେ ।

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଫିକିର ଓଡ଼ିଶା ଷ୍ଟେଟ୍ କାଉନ୍ସିଲର ଅଧ୍ୟକ୍ଷା ମୋନିକା ନାୟାର ପଟ୍ଟନାୟକ ଉଦବୋଧନ ଦେଇଥିବାବେଳେ “ଇମେଜର ମୁଖ୍ୟ ନିର୍ଦେଶକ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଉଲ୍ଲେଖନୀୟ କାଯର୍ୟ ନିମନ୍ତେ ସମ୍ବର୍ଞ୍ଚିତ କରାଯାଇଥିଲା ।