ସବୁଠାରୁ ମଜାଳିଆ କଥା ତ ଏହି ରୁଟ୍ କେବଳ ୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏହି ରୋଚକପୂର୍ଣ୍ଣ ରୁଟ୍ ବିଷୟରେ ଡିଟେଲ୍ସରେ ବତାଇବୁ ।
ଭାରତୀୟ ରେଲୱେର ଏହି ସବୁଠାରୁ ଛୋଟ ରେଳ ରୁଟ୍ ମହାରାଷ୍ଟ୍ରରେ ରହିଛି । ଏହି ରୁଟରେ କେବଳ ୨ଟି ରେଳ ଷ୍ଟେସନ ରହିଛି, ଯାହାର ନାମ ନାଗପୁର ଏବଂ ଅଜନୀ । ଏହି ଦୁଇ ଷ୍ଟେସନ ମଧ୍ୟର ଦୂରତା ମାତ୍ର ୩କିମି । ଅର୍ଥାତ୍ ଏହି ଟ୍ରେନ୍ କେବଳ ୩ କିମିର ଏହି ଛୋଟ ରୁଟକୁ ଯାତ୍ରା କରି ଶେଷ ହୋଇଯାଏ । ଆଶ୍ଚର୍ଯ୍ୟର କଥା ହେଉଛି ଏତେ ଅଳ୍ପ ବାଟ ପାଇଁ ଅନେକ ସଂଖ୍ୟାର ଲୋକ ଟ୍ରେନର ବ୍ୟବହାର କରନ୍ତି ।
ରେଳ ସହ ଜଡିତ ଅନଲାଇନ୍ ଟ୍ରାଭେଲ ପୋର୍ଟାଲ ମୁତାବକ ଟ୍ରେନ ଜରିଆରେ ନାଗପୁର ଏବଂ ଅଜନୀର ଯାତ୍ରା କେବଳ ୯ ମିନିଟରେ ପୂରା ହୋଇଯାଏ । ଏହି ଯାତ୍ରା ପାଇଁ ଲୋକଙ୍କୁ ଜେନେରାଲ କ୍ଲାସରେ ୬୦ ଟଙ୍କା ଟିକେଟ କାଟିବାକୁ ପଡିଥାଏ । ସେହିଭଳି ସ୍ଲିପର କ୍ଲାସ ଟିକେଟ ୧୭୫ ଟଙ୍କା ରହିଛି ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତୀୟ ରେଳର ପୂରା ନେଟଓ୍ଵାର୍କର ଲମ୍ବ ୬୭ ହଜାର ରୁଟ କିମି ଠାରୁ ଅଧିକ । ଏହା ଦୁନିଆର ଚତୁର୍ଥ ସବୁଠାରୁ ବଡ ରେଳ ନେଟଓ୍ଵର୍କ । ଏହା ଜରିଆରେ ସାରା ଦେଶରେ ପ୍ରତିଦିନ କୋଟି କୋଟି ଲୋକ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । ଏବେ ଭାରତୀୟ ରେଳ ବନ୍ଦେ ଭାରତ ଏବଂ ବହୁତ ଜଲଦି ବୁଲେଟ ଟ୍ରେନ ଜରିଆରେ ନିଜକୁ ଆହୁରି ବିସ୍ତାରିତ କରିବାକୁ ଚେଷ୍ଟା କରୁଛି ।