ଭାରତକୁ ରେଳବାଇ ବ୍ରିଟିଶମାନେ ହିଁ ଦେଇଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ସେ ଭାରତରେ ରେଳପଥ ଏଥିପାଇଁ ନିର୍ମାଣ କରିଥିଲେ, ଯାହା ଦ୍ୱାରା ସେମାନେ ଲୁଟ୍ କରୁଥିବା ସାମଗ୍ରୀକୁ, ସହଜରେ ଭାରତରୁ ବନ୍ଦରକୁ ପରିବହନ କରିପାରିବେ ଓ ଯେଉଁଠାରୁ ସେଗୁଡ଼ିକୁ ଇଂଲଣ୍ଡକୁ ନିଆଯାଇପାରିବେ । ଏହା ସହିତ ବ୍ରିଟିଶମାନେ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁରକ୍ଷିତ ଓ ଶୀଘ୍ର ପହଞ୍ଚିବା ପାଇଁ ରେଳଲାଇନ ନିର୍ମାଣ କରିଥିଲେ । କିନ୍ତୁ ଯେତେବେଳେ ଭାରତ ସ୍ୱାଧୀନ ହେଲା, ଏହା ସହିତ ବ୍ରିଟିଶମାନଙ୍କର ଏହି ରେଳବାଇ ମଧ୍ୟ ଭାରତୀୟ ରେଲୱେ ନାମରେ ପରିଚିତ ହେଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଭାରତରେ ଏପରି ଏକ ରେଳ ଲାଇନ ଅଛି ଯାହାକି ବ୍ରିଟିଶମାନଙ୍କ ଅଧୀନରେ ଅଛି । ଏହି ରେଳ ଲାଇନ ପାଇଁ ପ୍ରତିବର୍ଷ ବ୍ରିଟିଶମାନଙ୍କୁ କୋଟି କୋଟି ଟଙ୍କାର ରୟାଲଟି ଦିଆଯାଏ । ତେବେ ଆସନ୍ତୁ ଜାଣିବା ସେହି ନିର୍ଦ୍ଦିଷ୍ଟ ଟ୍ରେନ୍ ଲାଇନ ବିଷୟରେ
ଏହି ରେଳ ଲାଇନକୁ ଶକୁନ୍ତଲା ରେଳ ଟ୍ରାକ୍ କୁହାଯାଏ । ଏହା ମହାରାଷ୍ଟ୍ରର ୟଭତମାଲ ଠାରୁ ଅଚଲପୁର ମଧ୍ୟରେ ପ୍ରାୟ ୧୯୦ କିଲୋମିଟର ଲମ୍ବର ଟ୍ରାକ୍ । ଆଜି ମଧ୍ୟ ଶକୁନ୍ତଳା ପେସେଞ୍ଜର ଏହି ଟ୍ରାକରେ ଚାଲିଥାଏ, ଯାହା ଏଠାରେ ସ୍ଥାନୀୟ ଲୋକଙ୍କ ଲାଇଫ୍ ଲାଇନଠାରୁ କମ୍ ନୁହେଁ । ଏହି ରେଳ ଟ୍ରାକ୍ କିଣିବାକୁ ଭାରତ ସରକାର ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ଏହାକୁ କିଣିପାରି ନାହାଁନ୍ତି ।
୧୯୫୨ ମସିହାରେ ଯେତେବେଳେ ଭାରତୀୟ ରେଳ ଜାତୀୟକରଣ କରାଯାଇଥିଲା, ଏହା ପରେ ମଧ୍ୟ ଦେଶର ଗୋଟିଏ ରେଳ ଟ୍ରାକ୍ ରହି ଯାଇଥିଲା, ଯାହାକୁ ଏଥିରେ ସାମିଲ କରାଯାଇ ପାରି ନଥିଲା । ବାସ୍ତବରେ, ଏହି ରେଳ ଟ୍ରାକ୍ ଏକ ବ୍ରିଟିଶ୍ କମ୍ପାନୀର ମାଲିକାନା ଅଧୀନରେ ଆସିଥାଏ । ଆଜି ବି ତାଙ୍କ ପାଖରେ ଏହାର ଅଧିକାର ଅଛି । ସେଥିପାଇଁ ବ୍ରିଟେନର କ୍ଲିକ୍ ନିକ୍ସନ୍ ଆଣ୍ଡ୍ କମ୍ପାନୀର ଭାରତୀୟ ୟୁନିଟ୍ ପ୍ରତିବର୍ଷ ସେଣ୍ଟ୍ରାଲ୍ ପ୍ରୋଭିଜନ୍ସ ରେଳ କମ୍ପାନୀକୁ କୋଟି କୋଟି ଟଙ୍କା ରୟାଲଟି ଦେଇଥାଏ ।