କୋଲକାତା: ଆସନ୍ତା ୩୦ରେ ହେବ ଉପନିର୍ବାଚନ । ପଶ୍ଚିମବଙ୍ଗରେ ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ତାରିଖ ଘୋଷଣା ସରିଛି । ଏଠାରେ ସେପ୍ଟେମ୍ବର ୩୦ ରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର ୩ ରେ ରେଜଲ୍ଟ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା ହୋଇଛି ।
ତେବେ ନିକଟରେ ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମରୁ ହାରିଯାଇଥିଲେ । ଏହାସତ୍ତେ୍ ବି ମମତା ବାଜି ମାରିନେଇଥିଲେ । ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ମମତା । ତେବେ ନିୟମ ଅନୁସାରେ ମମତାଙ୍କୁ ଏହି ପଦ ବଜାୟ ରଖିବାକୁ ହେଲେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ । ମହାମାରୀ ପାଇଁ ଉପନିର୍ବାଚନ ଉପରେ ରୋକ ଲାଗିଥିଲା । ହେଲେ ଆଜି ଭାରତୀୟ ଉପନିର୍ବାଚନ କମିଶନ ପଶ୍ଚିମବଙ୍ଗରେ ଉପନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଭବାନୀପୁର ମଧ୍ୟ ରହିଛି ।