Odia News Portal

ଅଗଷ୍ଟ ୧୫ରେ ଏସସିବି ମେଡିକାଲରେ ଇକମୋ ମେସିନର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ ବଡ଼ ମେଡିକାଲରେ ପହଞ୍ଚିଛି ଆଉ ୪ଟି ଇମକୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ୟାୟରେ ୯ଟି ମେସିନ ପହଞ୍ଚିଛି । ମଙ୍ଗଳବାର ସୁଦ୍ଧା ୫ଏକ୍ମୋ ଆସିଥିବାବେଳେ ବୁଧବାର ବାକିଥିବା ୪ଏକ୍ମୋ ଆସି ପହଞ୍ଚିବା ପରେ ଏକ୍ମୋ ସଂଖ୍ୟା ୯ରେ ପହଞ୍ଚିଛି। ଏପରିକି ଏହାର ଇନ୍ଷ୍ଟଲେସନ୍ ପ୍ରକ୍ରିୟା ପାଇଁ କୋଲକାତା ଓ ଦିଲ୍ଲୀରୁ ବୈଷୟିକ୍ ଟିମ୍ ମଧ୍ୟ ଏସ୍ସିବିରେ ପହଞ୍ଚି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅଗଷ୍ଟ ୧୫ ତାରିଖରୁ ଏହି ଇକମୋ ମେସିନ କାର୍ଯ୍ୟକାରୀ ହେବ । ଯାହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଥାଉକି, କରୋନାର ଦ୍ୱିତୀୟ ଲହର ସମୟରେ ଲୋକେ ଫୁସଫୁସ ଜନିତ ରୋଗରେ ପିଡିତ ହେଉଛନ୍ତି । ଓଡ଼ିଶାରେ ଇକମୋ ଚିକିତ୍ସାର ସୁବିଧା ନଥିବାରୁ ରାଜ୍ୟ ବାହାରକୁ ଏୟାରଲିଫ୍ଟ କରାଯାଉଛି । ବ୍ରହ୍ମପୁରର ଅମ୍ରିତ ପ୍ରଧାନ, ବାସୁଦେବପୁର ଅଞ୍ଚଳର ଅଭିଶେକଙ୍କୁ ଏୟାରଲିଫ୍ଟ କରାଯାଇଛି । ସେମାନଙ୍କ ଚିକତ୍ସା ଚାଲିଥିବା ବେଳେ ଏବେ ଯାଏଁ ସେମାନେ ସୁସ୍ଥ ହୋଇନାହାଁନ୍ତି । ତେବେ ବାହାର ରାଜ୍ୟକୁ ଚିକତ୍ସା ଲାଗି କରାଯାଉଥିବା ଏୟାରଲିଫ୍ଟରେ ମାତ୍ରାଧିକ ଟଙ୍କା ଖର୍ଚ୍ଚ ହେଉଥିଲା । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଇକମୋ ଚିକିତ୍ସା ଲାଗି ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି ।