Odia News Portal

ଚୀନ୍‌ରୁ ଋଷ ମାଗିଛି ସଶସ୍ତ୍ର ଡ୍ରୋନ୍

ଆମେରିକା ଅଭିଯୋଗ କରିଛି ଯେ, ଋଷ- ଚୀନ୍ ଠାରୁ ଅସ୍ତ୍ରଶସ୍ତ୍ର ସଜ୍ଜିତ ଡ୍ରୋନ ମଗାଇଛି ଏବଂ ଏହାକୁ ନେଇ ଆାମେରିକା ତାର ସହଯୋଗୀ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକୁ ଚେତାବନୀ ଦେଇ ସାରିଛି। ବ୍ଳୁମବର୍ଗର ରିପୋର୍ଟ ମୁତାବକ ଆମେରିକାର କହିବା କଥା ହେଲା, ଫେବୃଆରୀ ଶେଷ ବେଳକୁ ଋଷ-ଚୀନ୍ ଠାରୁ ଅସ୍ତ୍ରଶସ୍ତ୍ର ସଜ୍ଜିତ ଡ୍ରୋନ ଆଣିବା ପାଇଁ ଅନୁରୋଧ କରିଥିଲା। ଫେବୃଆରୀ ଶେଷ ସପ୍ତାହରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହାରି ଭିତରେ ଚୀନକୁ ଆମେରିକା କରିଥିବା ଅନୁରୋଧ ଖବର ବାଇଡେନଙ୍କ ସରକାରରେ ଥିବା ଅଧିକାରୀ ମାନଙ୍କୁ ଚିନ୍ତାରେ ପକାଇଥିଲା। ଏହି ଅଧିକାରୀମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ପ୍ରତିରକ୍ଷା ସମ୍ପନ୍ନ ରଣନିତୀ ଋଷର ଶକ୍ତିଶାଳୀ ମିତ୍ର ଚୀନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ରୋକିବାକୁ ପ୍ରଚେଷ୍ଟା କରିଥିଲେ। କାହିଁକି ନା ଆମେରିକାର କହିବା କଥା ହେଲା, ଯୁଦ୍ଧକୁ ରୋକିବାରେ ଚୀନ୍ ଋଷ ଉପରେ ତାର ପ୍ରଭାବ ପକାଉ।

ସୋମବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ ଏବଂ ଚୀନ୍‌ର ବରିଷ୍ଠ କୂଟନୀତିଜ୍ଞ ତଥା କମ୍ୟୁନିଷ୍ଟ ପାର୍ଟି ପଲିଟବୁରୋ ସଦସ୍ୟ ୟାଙ୍ଗ ଜିଆଚି ରୋମରେ ଛଅ ଘଣ୍ଟାରୁ ଅଧିକ ସମୟ ଧରି ୟୁକ୍ରେନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ଏନେଇ ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଗଭୀର ଭାବରେ ଆଲୋଚନା କରାଯାଇଥିଲା, କିନ୍ତୁ ଅଧିକାରୀ ସାମରିକ ସହାୟତା ଅନୁରୋଧ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଥିବା ବେଳେ ୟାଙ୍ଗ କହିଥିଲେ ଯେ, ଏହି ସଂଘର୍ଷ ଭିତରେ ଉଭୟ ପକ୍ଷ ସଞ୍ଜମତା ରକ୍ଷା କରିବା ଆବଶ୍ୟକ

ଏହି ବୈଠକ ପୂର୍ବରୁ ଆମେରିକାର ଅଧିକାରୀମାନେ ସୈନ୍ୟ ଓ ଆର୍ଥିକ ସାହାୟତା ପାଇଁ ଋଷ ପକ୍ଷରୁ କରାଯାଇଥିବା ଅନୁରୋଧର ଖୁଲାସା କରିବା ଆରମ୍ଭ କରିଦେଇଥିଲେ। ଏହାକୁ ନେଇ ପ୍ରତିପକ୍ଷ କହିଥିଲେ ଯେ, ଆମେରିକା ଚୀନକୁ ଟାର୍ଗେଟ କରି ଭୁଲ ସୂଚନା ସବୁ ପରିବ୍ୟାପ୍ତ କରୁଛି। ବିଦେଶ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି ଯେ, ଆମେ ଶାନ୍ତିପୂର୍ଣ୍ଣ ବାର୍ତ୍ତାକୁ ପହଞ୍ଚାଇବାକୁ ଏକ ରଚନାତ୍ମକ ଭୂମିକା ଗ୍ରହଣ କରୁଛୁ।

ବାଇଡେନ୍ ପ୍ରଶାସନ ଚୀନକୁ ଅନୁରୋଧ କରିଛନ୍ତି ଯେ, ସେ ଋଷ ପାଖରେ ନିଜର ପ୍ରଭାବକୁ ପ୍ରୟୋଗ କରି ଏହି ଯୁଦ୍ଧକୁ ସାରିବାରେ ସାହାଯ୍ୟ କରୁ। କାହିଁକି ନା ଋଷ-ୟୁକ୍ରେନ ଭିତରେ ଲାଗିଥିବା ଯୁଦ୍ଧକୁ ତିନି ସପ୍ତାହର ଅଧିକ ସମୟ ବିତି ସାରିଲାଣି। ଆମେରିକା ଏବଂ ଏହାର ୟୁରୋପୀୟ ଓ ଏସିଆର ସହଯୋଗୀମାନଙ୍କ ଦ୍ୱାରା ରୁଷର ଅର୍ଥନୀତି ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ କାର୍ଯ୍ୟକାରୀ କରିବା ପାଇଁ ରାଷ୍ଟ୍ରପତି ମୁଖ୍ୟ ପରାମର୍ଶଦାତାମାନେ ଚୀନ୍ ଉପରେ ଚାପ ପକାଇଛନ୍ତି। ଚୀନକୁ ଋଷ ଏହି ସାହାଯ୍ୟ ଲୋଡ଼ିବା ପରେ ଏହାକୁ ନେଇ ଏବେ ଆମେରିକାର ଚିନ୍ତା ବଢ଼ିଥିବା ବିଶେଷଜ୍ଞମାନେ କହୁଛନ୍ତି।