ନୟାଗଡ଼: ଯୁବକଙ୍କୁ ଧକ୍କା ଦେଲା କାର | ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଥାନା ଓସ୍କେଇଖୋଲ ଛକ ନିକଟରେ | ସୂଚନା ଅନୁସାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାରଟି ଓସ୍କେଇଖୋଲ ଛକ ନିକଟରେ ଯୁବକକୁ ପଛ ପଟକୁ ଧକ୍କା ଦେଇଥିଲା | ଯାହାଫଳରେ ଘଟଣା ସ୍ଥଳରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ |

ତେବେ ସେଠାରେ ଥିବା ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ଓ ଟାଙ୍ଗୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ | ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଯୁବକଙ୍କୁ ତତକ୍ଷଣାତ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି |ତେବେ ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ କାରଟିକୁ ରଖି ଚାନ୍ଦପୁର ପୋଲିସକୁ ଘଟଣା ବିଷୟରେ ଜଣାଇଥିଲେ |

ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି କାରଟିକୁ ଜବତ କରି ତଦନ୍ତ ଚଳାଇଛି |ତେବେ ଗୁରୁତର ଯୁବକ ଜଣକ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଓସ୍ତପଡା ଗ୍ରାମର ବିଷ୍ଣୁ ସାହୁ ବୟସ ୩୫ ବର୍ଷ ବୋଲି ଜଣାପଡିଛି |