ମାଲକାନଗିରି: ୫ଟି ରାଜ୍ୟର ପୁଲିସ ପାଇଁ ଚିନ୍ତା ର କାରଣ ଥିବା ମାଓ ନେତା ଆରକେଙ୍କ ମୃତ୍ୟୁ । ଏକଦା ଆନ୍ଧ୍ର-ଓଡ଼ିଶା-ଝାଡ଼ଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟଡ ମାଓ ନେତା ତଥା ସଂଗଠନ କେନ୍ଦ୍ରୀୟ କମିଟିର ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍ସିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୃତ୍ୟୁ ଘଟିଥିବା ସୁଚନା ମିଳିଛି। ନିର୍ଦ୍ଦିଷ୍ଟ ଭାବେ ମାଓ ସଂଗଠନ କିମ୍ବା ପୁଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆ ଯାଇ ନାହିଁ ତଥାପି କିଛିଦିନ ହେଲା ସେ କିଡନୀ ଜନିତ ରୋଗରେ ପୀଡିତ ହୋଇ ଗୁରୁତର ହୋଇଥିଲେ। ତେବେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୀର୍ଘ ଚାରି ଦଶନ୍ଧି ଧରି ସେ ମାଓ ସଂଗଠନରେ ସାମିଲ ଥିବା ବେଳେ ଆନ୍ଧ୍ର ଓଡିଶା ଛତିଶଗଡ ରାଜ୍ୟର ପ୍ରମୁଖ ମାଓବାଦୀ ହିଂସାର ସେ ମାଷ୍ଟର ମାଇଣ୍ଡ ଥିଲେ । ତାଙ୍କ ମୃତ୍ୟୁ ମାଓ ଗଡ଼ ପାଇଁ ଏକ ଶକ୍ତ ଝଟକା ବୋଲି କୁହାଯାଇଛି ।
ଆର୍.କେ ନାଁରେ ବିଭିନ୍ନ ରାଜ୍ୟରେ ଅନେକ ମାମଲା ଥିବା ବେଳେ ତା’ଉପରେ ୯୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଅନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ତୁମରୁକୋଟା ଗାଁର ବାସିନ୍ଦା ଆର୍.କେ ଅବିଭାଜିତ ଆନ୍ଧ୍ରପ୍ରଦେଶରେ ୱାଇ.ଏସ୍ ରଜଶେଖର ରେଡ୍ଡିଙ୍କ ନେତୃତତ୍ୱାଧିନ କଂଗ୍ରେସ ସରକାର ସହ ଶାନ୍ତି ଆଲୋଚନାରେ ତତ୍କାଳୀନ ସିପିଆଇ-ଏମଏଲର ନେତୃତ୍ୱ ନେଇଥିଲା।
Sign in
Sign in
Recover your password.
A password will be e-mailed to you.