ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡସ୍ନାନ। ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହୋଇ ବେଶ ମଇଲମ ଚାଲିଥିବାବେଳେ ଭଣ୍ଡାର ଘର ନିକଟରେ କେହି ଜଣେ ବାନ୍ତି କରିଦେଇଥିଲା। ଫଳରେ ମହାପ୍ରଭୁଙ୍କ ନୀତି ବନ୍ଦ କରାଯାଇଥିଲା।ମହାସ୍ନାନ ପାଇଁ ୧ ଘଣ୍ଟା ବନ୍ଦ ରହିଥିଲା
ଶ୍ରୀଜିଉଙ୍କ ଦର୍ଶନ। ଫଳରେ ଆଜି ମଧ୍ୟ ଭକ୍ତମାନେ ଖରାରେ ଛିଡା ହୋଇ ରହିଥିଲେ। ଗତକାଲି ଶ୍ରୀମନ୍ଦିର ଗର୍ଭଗୃହ ଚଙ୍ଗଡା ଦ୍ୱାର ନିକଟରେ ରକ୍ତଛିଟା ପଡିବା ପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା । ଏଥିପାଇଁ ପ୍ରାୟ ଦେଢଘଣ୍ଟା ଧରି ବନ୍ଦ ରହିଥିଲା ଦର୍ଶନ ।