ସନ୍ଧ୍ୟା ସମୟରେ ମର୍ଚ୍ଚିକୋଟ ଛକ ଠାରେ ଯୁବକଙ୍କୁ ହୋଇଛି ଛୁରା ମାଡ। ଗୁରୁତର ଯୁବକ ହେଲେ ଚୁଡଙ୍ଗ ସାହି ରାଧା ଗୋବିନ୍ଦ ଲେନର ଦିନେଶ ଖୁଣ୍ଟିଆ। ଦିନେଶଙ୍କ ପେଟରେ ଲାଗିଛି ଗଭୀର ଆଘାତ। ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଦିନେଶକୁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଦିନେଶକୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି। ଟାଉନ ଥାନା ପୋଲିସ ପକ୍ଷରୁ ଘଟଣା ର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।